ପରଲୋକରେ ଅଭିନେତ୍ରୀ ବୈଭବି ଉପାଧ୍ୟାୟ

ପରଲୋକରେ ଅଭିନେତ୍ରୀ ବୈଭବି ଉପାଧ୍ୟାୟ

ମୁମ୍ବାଇ:

କାର୍‌ ଦୁର୍ଘଟଣାରେ ଆଖି ବୁଜିଲେ ହିନ୍ଦୀ ମେଗା ଧାରାବାହିକ ଜଣାଶୁଣା ଅଭିନେତ୍ରୀ ବୈଭବୀ ଉପାଧ୍ୟାୟ । ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ମର ଶରୀରକୁ ଦେଖିବା ପାଇଁ ବନ୍ଧୁ ପରିଜନ ଏବଂ ଟେଲି ଇଣ୍ଡଷ୍ଟ୍ରି କଳାକାରଙ୍କ ଭିଡ଼ ଜମୁଛି । ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଥିବା କଥା ଟେଲିଭିଜନ୍‌ ସୋ’ ‘ସାରାଭାଈ ଭର୍ସେସ୍‌ ସାରାଭାଈ’ର ‌ପ୍ରଯୋଜକ ଜେ. ଡି. ମଜେଠିୟା ସୁନିଶ୍ଚିତ କରିଛନ୍ତି।

ସୂଚନା ଅନୁସାରେ ହିମାଚଳ ପ୍ରଦେଶର କୁଲ୍ଲୁରେ ଏକ ସଡ଼କ ଦୁର୍ଘଟଣାରେ ବୈଭବୀଙ୍କ ପରଲୋକ ହୋଇଛି । ତେବେ ବୈଭବୀ ତାଙ୍କ ଭାବି ସ୍ୱାମୀଙ୍କ ସହିତ କାର୍‌ରେ ଫେରୁଥିବାବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏଭଳି ଦୁର୍ଘଟଣା ହୋଇଛି ।

ବୈଭବୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କର ସହଯୋଗୀ ମାନେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡ଼ିଓ ଶେୟାର କରି ଶୋକ ପ୍ରକାଶ କରୁଛନ୍ତି । ବୈଭବୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ସୋସିଅଲ ମିଡିଆରେ ଲେଖିଛନ୍ତି ଯେ ବିଶ୍ୱାସ ହଉନି ଯେ, ଜୀବନ ଏତେ ଅନ୍‌ପ୍ରେଡିକ୍ଟେବଲ ହୋଇପାରେ ।

ବୈଭବୀଙ୍କ ହସ ହସ ଚେହେରା ବାରମ୍ବାର ଫ୍ୟାନ୍ସ ମାନଙ୍କୁ ମନେ ପକାଇଦେଉଛି । ଅଭିନେତ୍ରୀଙ୍କ ପରିବାରକୁ ଗଭୀର ଆଘାତ ପହଞ୍ଚିଛି । ତେବେ ଏକାଧିକ ଧାରାବାହିକରେ କାମ କରିଛନ୍ତି ବୈଭବୀ । କିନ୍ତୁ ସାରାଭାଇ ଭର୍ସେସ୍‌ ସାରାଭାଇରେ ସେ ଲୋକପ୍ରିୟତା ହାସଲ କରିଥିଲେ । ଦର୍ଶକ ତାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରିଛନ୍ତି । ତେବେ ଟିଭି ଧାରାବାହିକ ବ୍ୟତୀତ ବୈଭବୀ ଦୀପିକା ପାଦୁକୋନଙ୍କ ସିନେମା ଛପାକରେ ନଜର ଆସିଥିଲେ |

‘ସାରାଭାଈ ଭର୍ସେସ୍‌ ସାରାଭାଈ ଟେକ୍‌ ୨’ରେ ତାଙ୍କ ସହିତ କାର୍ଯ୍ୟ କରୁଥିବା ପ୍ରଯୋଜକ ତଥା ଅଭିନେତା ଜେ. ଡି. ମଜେଠିୟା ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ଲେଖିଛନ୍ତି, ଜୀବନ ‌ଏମିତି ଅପ୍ରତ୍ୟାଶିତ ବୋଲି ବିଶ୍ବାସ କରି ହେଉନାହିଁ। ‘ସାରାଭାଈ ଭର୍ସେସ୍‌ ସାରାଭାଈ’ରେ ‘ଜାସ୍ମିନ୍‌’ ଚରିତ୍ର ଭାବେ ସୁପରିଚିତା ଜଣେ ଜଣାଶୁଣା ଅଭିନେତ୍ରୀ | ଆଗାମି କାଲି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ‌ଶେଷକୃତ୍ୟ ନିମନ୍ତେ ତାଙ୍କ ପରିବାର ତାଙ୍କ ପାର୍ଥିବ ଶରୀରକୁ ମୁମ୍ବାଇ ଆଣିବେ।

author

Related Articles

Leave a Reply

Your email address will not be published. Required fields are marked *