ରକ୍ତ ସର୍ମ୍ପକରେ ଛିଟା, ମାଆକୁ ହାଣିଲା ପୁଅ

ରକ୍ତ ସର୍ମ୍ପକରେ ଛିଟା, ମାଆକୁ ହାଣିଲା ପୁଅ

ପାରାଦୀପ:ଜଗତସିଂହପୁର

ରକ୍ତ ସର୍ମ୍ପକରେ ଛିଟା । ଯାହାଠୁ ଜନ୍ମ ନେଲା ତାକୁ ହାଣିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମରେ । ମୃତକ ହେଲେ ସୁଲୋଚନା ଦେଇ । ସୁଲୋଚନାଙ୍କୁ ତାଙ୍କ ସାନପୁଅ ଅଂଶୁମାନ ବେହେରା ହତ୍ୟା କରିଥିବା ଜଣାପଡିଛି । ପୋଲିସ ଅଂଶୁମାନ କୁ ଗିରଫ କରିଥିବାବେଳେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି । ଗତକାଲି ସୁଲୋଚନାଙ୍କର ମା ଙ୍କର ଶ୍ରାଦ୍ଧ ଥିଲା ।ଶ୍ରାଦ୍ଧ ସାରି ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଯାଇଥିବା ବେଳେ ଆଜି ଭୋର ସକାଳୁ ଏଭଳି ଘଟଣା ଦେଖିବାକୁ ମିଳିଛି । ମାଆ ସୁଲୋଚନା ଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ୟ୍ୟ କରୁଥିଲେ । ସକାଳୁ ସୁଲୋଚନା ଦାଣ୍ଡ ପିଣ୍ଡାରେ ମୁଣ୍ଡ କୁଣ୍ଡାଉଥିବାବେଳେ ଅଂଶୁମାନ ଏକ କଟୁରୀରେ ମାଆଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ମା ସୁଲୋଚନା ଙ୍କର ମୃତ୍ୟୁ ହୋଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *