ଉଦ୍ଧବ ଠାକରେଙ୍କୁ ଭେଟିବେ ଅରବିନ୍ଦ କେଜ୍ରିଓ୍ବାଲ

ଉଦ୍ଧବ ଠାକରେଙ୍କୁ ଭେଟିବେ ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ:

ନୀତିଶ ଓ ମମତାଙ୍କ ସମର୍ଥନ ପରେ ଏବେ ମହାରାଷ୍ଟ୍ର ମୁହାଁ ଅରବିନ୍ଦ କେଜ୍ରିଓ୍ବାଲ। ଆଜି ମୁମ୍ବାଇ ଯାଇ ଉଦ୍ଧବ ଠାକରେ ଓ ଶରଦ ପାଓ୍ବାରଙ୍କୁ ଭେଟିବେ କେଜ୍ରିଓ୍ବାଲ । କେନ୍ଦ୍ରର ମନମାନି ବିରୋଧରେ ସମର୍ଥନ ମାଗିବେ । ଦିଲ୍ଲୀରେ କେନ୍ଦ୍ର ସରକାର ଆଣିଥିବା ସ୍ବତନ୍ତ୍ର ଅଧ୍ୟାଦେଶକୁ ରାଜ୍ୟସଭାରେ ପାସ୍ କରାଇ ନଦେବାକୁ ତମାମ ବିରୋଧୀ ଦଳଗୁଡ଼ିକର ସମର୍ଥନ ଯୋଗାଡ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

ଗତକାଲି କୋଲକାତାରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଭେଟିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେନ୍ଦ୍ରରେ ବିଜେପି ସରକାର ଆସିବା ପରଠୁ ଦେଶରେ ଗଣତନ୍ତ୍ରର ହତ୍ୟା ହୋଇଛି । ସୁପ୍ରିମକୋର୍ଟଙ୍କ ରାୟ ବଦଳାଇବା ପାଇଁ ଅସମ୍ବିଧାନିକ ଭାବେ ଅଧ୍ୟାଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର।

ଦିଲ୍ଲୀରେ ଅଫିସରଙ୍କ ନିଯୁକ୍ତି ଓ ବଦଳି ପାଇଁ ନିର୍ବାଚିତ ସରକାରଙ୍କ ହାତରେ କ୍ଷମତା ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେବାର ସପ୍ତାହେ ପରେ ଏହାକୁ ଚ୍ୟାଲେଞ୍ଜ କରି ସ୍ବତନ୍ତ୍ର ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର। ସେପଟେ କେଜ୍ରିଓ୍ବାଲ କହିଛନ୍ତି ଯେ, ଇଡି ଭଳି ସଂସ୍ଥାର ଦୁରୁପଯୋଗ କରି ବିରୋଧୀଙ୍କୁ ଡରାଇ ରଖିବାକୁ ଅପଚେଷ୍ଟା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *