ବାପା ଚାହୁଁଥିଲେ ପୁଅ

ବାପା ଚାହୁଁଥିଲେ ପୁଅ

କରିଶ୍ମା ତନ୍ନା ବର୍ତ୍ତମାନ ନିଜର ଅପକମିଂ ୱେବସିରିଜ ସ୍କୁପକୁ ନେଇ ଚର୍ଚ୍ଚାରେ ରହୁଛନ୍ତି | ଏଥିରେ ସେ ଜଣେ ସାମ୍ବାଦିକା ଭୂମିକାରେ ନଜର ଆସିବେ | ତେବେ ନିକଟରେ ସେ ଦେଇଥିବା ସାକ୍ଷାତକାର ବର୍ତ୍ତମାନ ତାଙ୍କୁ ଆହୁରି ଚର୍ଚ୍ଚାରେ ରଖିଛି | କରିଶ୍ମା ପିଲାଦିନୁ ଝିଅ ବୋଲି ଅନେକ ସମସ୍ୟା ରହିଥିବା ସାକ୍ଷାତକାରରେ ପ୍ରକାଶ କରିଛନ୍ତି | ତାଙ୍କ ଜନ୍ମ ସମୟରେ ତାଙ୍କ ନିଜ ବାପା ଜମାରୁ ବି ଖୁସି ନଥିଲେ | ଏପରିକି ମାସେ ପର୍ଯ୍ୟନ୍ତ ସେ ତାଙ୍କୁ ଦେଖି ମଧ୍ୟ ନଥିଲେ | ତାଙ୍କ ବାପାଙ୍କର ଇଛା ପୁଅ ପାଇଁ ଥିଲା | ସେହିହଳି ତାଙ୍କୁ ଘରେ ଅନ୍ୟ ବଡ ସଦସ୍ୟଙ୍କ ପାଖରୁ ମଧ୍ୟ ସେକେଣ୍ଡ ହ୍ୟାଣ୍ଡ ଟ୍ରିଟମେଣ୍ଟ ମିଳିଥାଏ | ସେତେବେଳେ ସେମାନଙ୍କର ବିଶ୍ୱାସ ଥିଲା ଗୋଟିଏ ପରିବାର ପାଇଁ ପୁଅ ହିଁ ଦରକାର | ସେହିଭଳି ନିଜର ପର୍ଶନଲ ଲାଇଫ ପରି ପ୍ରଫେସନାଲ କ୍ୟାରିୟରରେ ମଧ୍ୟ ସେ ଅନେକ ସଙ୍ଘର୍ଷ କରିଛନ୍ତି | ସିନେମା ସଞ୍ଜୁରେ କାମ କରିବା ପରେ ମଧ୍ୟ ତାଙ୍କୁ ଅନେକ ଦିନ ବିନା କାମରେ ରହିବାକୁ ପଡିଥିଲା | ଯେଉଁ କାରଣରୁ ସେ ଡିପ୍ରେସନକୁ ମଧ୍ୟ ଚାଲିଯାଇଥିବା ପ୍ରକାଶ କରିଛନ୍ତି | ତେବେ ଏହାପରେ ସେ ନିଜକୁ ଷ୍ଟ୍ରଙ୍ଗ କରିବାକୁ ଚେଷ୍ଟା କରିଥିଲେ | ନିଜର ଆତ୍ମବିଶ୍ୱାସ ବଢାଇବା ସହ ପୁଣିଥରେ କମବ୍ୟାକ କରିଥିଲେ | ଯାହା ଟଙ୍କାର ସବୁଠାରୁ ବଡ ନିଷ୍ପତି ଥିଲା ବୋଲି କରିଶ୍ମା ଏହି ସାକ୍ଷାତକାରରେ ପ୍ରକାଶ କରିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *