‘ସରଜମିନ୍’ରୁ ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ

‘ସରଜମିନ୍’ରୁ ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ

କାନ୍ସର ରେଡ କାର୍ପେଟରେ ଜଲୱା ଦେଖାଇ ମୁମ୍ବାଇ ଫେରି ଆସିଛନ୍ତି ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ | ସାରଙ୍କ ଅଭିନୀତ ‘ଜରା ହଟକେ ଜରା ବଚକେ’ରେ ଜୁନ-୨ରେ ରିଲିଜ ହେବ | ସାରା ବଲିଉଡରେ ବେଶ ଅଳ୍ପଦିନର କ୍ୟାରିୟରରେ ଆଗଧାଡିର ନାୟିକା ଭାବେ ସାମିଲ ହୋଇପାରିଛନ୍ତି | ଇତିମଧ୍ୟରେ ସାରାଙ୍କ ଭାଇ ଇବ୍ରାହିମଙ୍କ ବଲିଉଡ ଡେବ୍ୟୁ ଉପରେ ଏବେ ସମସ୍ତଙ୍କର ନଜର ରହିଛି | ଇବ୍ରାହିମ, ‘ରକି ଔର୍ ରାନୀ କି ପ୍ରମ କହାନୀ’ରେ କରନ ଜୋହରଙ୍କ ଆସିଷ୍ଟାଣ୍ଡ ଭାବେ କାମ କରିଛନ୍ତି | ଏଥିରେ ରଣବୀର ସିଂହ ଓ ଆଲିଆ ଭଟ୍ଟ ଲିଡ଼ ରୋଲରେ ନଜର ଆସିବେ | ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସାରା କହିଛନ୍ତି ଯେ, ‘ଇବ୍ରାହିମ ବହୁତ ଜଲ୍ଦି ବଲିଉଡରେ ଡେବ୍ୟୁ କରିବାକୁ ଯାଉଛି |

ସେ ଇତିମଧ୍ୟରେ ଫିଲ୍ମିର ସୁଟିଂ ସାରିଛି | ଆମେ ଦୁଇଜଣ ବେଶ ଭାବପ୍ରବଣ | ଯେତେବେଳେ ସେ ସୁଟିଂ ସେଟରୁ ସେ ଫେରେ ମୁଁ ତା ପ୍ରତି ଅଧିକ ଧ୍ୟାନ ଦିଏ | ମୋ ମା’ ଯେଭଳି ତା’ର ଯତ୍ନ ନିଅନ୍ତି, ମୁଁ ସେଭଳି ତା’ର ଯତ୍ନ ନିଏ | ମୋର ଏଯାବତ ବିଶ୍ୱାସ ହେଉନାହିଁ ସେ ଜଣେ ଅଭିନେତା ଭାବେ ସୁଟିଂ ସାରିଛି’ | ଏଠାରେ ପ୍ରକାଶ ଥାଉ କି, ଇବ୍ରାହିମ ‘ସରଜମିନ’ ଫିଲ୍ମି ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି | ଏଥିରେ ଇବ୍ରାହିମଙ୍କ ସହ ନାୟିକା ଭାବେ କେହି ଦେଖାଯିବେ ନାହିଁ | ଇବ୍ରାହିମଙ୍କ ସହ ବଲିଉଡ ଅଭିନେତ୍ରୀ କାଜଲ ଏଥିରେ ନଜର ଆସିବେ ତେବେ ଫିଲ୍ମିର ନାମ ଓ ଏଥିରେ ଅଭିନୟ କରୁଥିବା କଳାକାରଙ୍କୁ ନେଇ ବିଧିବଦ୍ଧ ଭାବେ କିଛି କୁହାଯାଇ ନାହିଁ |

author

Related Articles

Leave a Reply

Your email address will not be published. Required fields are marked *