ହୁ ହୁ ହୋଇ ବଢୁଛି ଅଦା, ରସୁଣ ଦର

ହୁ ହୁ ହୋଇ ବଢୁଛି ଅଦା, ରସୁଣ ଦର

ଭୁବନେଶ୍ୱର:

ଦର ବଢ଼ୁଥିବାରୁ ଗ୍ରାହକଙ୍କ ଅସନ୍ତୋଷ ଉତ୍ପାଦନ କମିଥିବାରୁ ଦର ବଢିଥିବା ସୂଚନା | ଗ୍ରାହକଙ୍କ ଉପରେ ପଡିଛି ଚଡକ ଏ ହେଉଛି ରାଜଧାନୀର ୟୁନିଟ-୧, ପାହାଡ ପରି ଗଦା ହୋଇଛି ଅଦା ରସୁଣ ହେଲେ ଆଗ ଭଳି କିଣୁ ନାହାଁନ୍ତି ଗ୍ରାହକ | ଯେଉଁଠି ମାସକୁ ୧ କେଜି ଅଦା ବ୍ୟବହାର ହୋଉଥିଲା | ଏବେ ସେହି ପରିବାରରେ ୫୦୦ ଗ୍ରାମରେ ଚଳାଇ ନେଉଛନ୍ତି | କାହିଁକି ଦର ବୃଦ୍ଧି ଗ୍ରାହକଙ୍କୁ ବାଧୁଛି | ମାର୍କେଟ ରେ ଅଚାନକ ବଢିଛି ଅଦା ରସୁଣରେ ଦର ମେ’ ମାସରେ ଅଦା ଏବଂ ରସୁଣର ଦର କିଲୋ ପିଛା ସାଧାରଣତଃ ୪୦ ରୁ ୫୦ ଟଙ୍କା ଭିତରେ ରହିଥାଏ | କିନ୍ତୁ ଏବେ ହୋଲସେଲ ରେଟ ଅଦା ପ୍ରତି ୨ଶହ ଟଙ୍କା ରହିଥିବା ବେଳେ ରସୁଣ ଦର ୧୦୦ ଟଙ୍କା ରହିଛି | ଏଥିଯୋଗୁ ଗ୍ରାହକମାନେ ଅଦା ରସୁଣ କିଣିବା ପୂର୍ବରୁ ଅନେକ ଥର ଭାବୁଛନ୍ତି ଏପରିକି ଆବଶ୍ୟକତା ଠାରୁ କମ କିଣିବାକୁ ବାଧ୍ୟ ହେଉଛନ୍ତି | ଉତ୍ପାଦନ କମ ଥିବାରୁ ଦର ଅଚାନକ ବଢିଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଙ୍ଘର ସମ୍ପାଦକ ସୁଧାକର ପଣ୍ଡା | ଆସନ୍ତା ମାସେ ୨ମାସେ ଏଭଳି ଦର ରହିବ ବୋଲି କୁହାଯାଇଛି |

author

Related Articles

Leave a Reply

Your email address will not be published. Required fields are marked *