ବଜ୍ରାଘାତରେ ଚାଲିଗଲା ଜୀବନ

ବଜ୍ରାଘାତରେ ଚାଲିଗଲା ଜୀବନ

ସୋରୋଡା:ଗଞ୍ଜାମ

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ କାଳ ବୈଶାଖୀ ଚାଲିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ସୋରଡ଼ା ଅଂଚଳ ରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଓ ଘଡ଼ଘଡି ଦେଖିବାକୁ ମିଳିଥାଏ ।ହେଲେ ଆଜିର ବିଜୁଳି ଓ ଘଡ଼ଘଡି ରେ ସୋରଡ଼ା ବ୍ଲକ ର ଜଣକ ମୃତ ଘଟିଛି।ମୃତକ ଜଣକ ହେଲେ ସରାବାଡି ଗ୍ରାମର ଦୂତି ଗୌଡ଼ ଙ୍କ ପୁଅ ପିତବାସ ଗୌଡ଼ 32 ।ସୂଚନା ମୁତାବକ ପିତବାସ ନିଜ ବାଇକ୍ ଯୋଗେ ଘରକୁ ଖାଇବା ପାଇଁ ଯାଇ ସେ ନିକଟସ୍ଥ ସୁରେଖା ଦେଇପୁର ଦୋକାନ କୁ ଫେରୁଥିବା ସମୟରେ ହଟାତ୍ ବଜ୍ରାଘାତ ର ଶିକାର ହୋଇଥିଲେ।

କିଛି ସ୍ଥାନୀୟ ଲୋକ ଦେଖିବା ପରେ ତାଙ୍କୁ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଏନେଇ ଆଜି ବଡ଼ଗଡ଼ ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ନିମନ୍ତେ ପଠାଇଥିବା ବେଳେ ରାତି ହୋଇଯାଇଥିବା ଯୋଗୁ ଆସନ୍ତା କାଲି ଭଞ୍ଜନଗର ରେ ଶବ ବ୍ୟବଛେଦ କରାଯିବା ନେଇ ବଡ଼ଗଡ଼ ଥାନାଧିକାରୀ ସୁରଜ କୁମାର ଝଙ୍କାର କହିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *