ଅମିରଙ୍କ ପୁଅ ସଙ୍ଗେ କାମ କରିବେ ଶ୍ରୀଦେବୀଙ୍କ ଝିଅ

ଅମିରଙ୍କ ପୁଅ ସଙ୍ଗେ କାମ କରିବେ ଶ୍ରୀଦେବୀଙ୍କ ଝିଅ

ବଲିଉଡରେ ଏବେ ଛଅରୁ ଅଧିକ ଫିଲ୍ମିର ରିମେକ ଚାଲିଛି | ଏବେ ଏହି ତାଲିକାରେ ଆଉ ଏକ ଫିଲ୍ମି ସାମିଲ ହୋଇଛି | ଏହି ଫିଲ୍ମି ଗତବର୍ଷ ରିଲିଜ ହୋଇଥିବା ତାମିଲ ବ୍ଲକବଷ୍ଟର ଫିଲ୍ମି ‘ଲଭ ଟ୍ରୁଡେ’ର ରିମେକ ହେବ | ଫିଲ୍ମିରେ ବଲିଉଡ ଅଭିନେତା ଅମିର ଖାନଙ୍କ ପୁଅ ଜୁନୈଦ ଓ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଲିଡ଼ ରୋଲରେ ନଜର ଆସିବେ | ‘ସିକ୍ରେଟ ସୁପରଷ୍ଟାର’ ଓ ‘ଲାଲ ସିଂହ ଚଡ୍ଡା’ ଭଳି ଫିଲ୍ମିର ନିର୍ଦ୍ଦେଶନା ଦେଇଥିବା ଅଦ୍ୱୈତ ଚନ୍ଦନ ଏହାର ନିର୍ଦ୍ଦେଶନା ଦେବେ | ଚଳିତବର୍ଷ ଶେଷ ଆଡକୁ ଫିଲ୍ମିର ସୁଟିଂ ଆରମ୍ଭ ହେବ |

ତେବେ ପ୍ରଥମ ଥର ପାଇଁ ଜୁନୈଦ ଓ ଖୁସି ଏକାଠି ବଡ ପରଦାରେ ନଜର ଆସିବେ | ଫିଲ୍ମିରେ ଉଭୟ ନବ ଦମ୍ପତି ଭାବେ ଅଭିନୟ କରୁଛନ୍ତି | ତାମିଲ ଫିଲ୍ମି ‘ଲଭ ଟ୍ରୁଡେ’ରେ ପ୍ରଦୀପ ରଙ୍ଗନାଥନ ଓ ଇଭାନା ଲିଡ଼ ରୋଲରେ ନଜର ଆସିଥିଲେ | ତେବେ ‘ଲଭ ଟ୍ରୁଡେ’ର ହିନ୍ଦୀ ରିମେକ ଉଭୟ ଜୁନୈଦ ଓ ଖୁସିଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ହେବ | ଜୁନୈଦ, ୟଶରାଜ ବ୍ୟାନରାର ଥ୍ରୀଲର ଡ୍ରାମା ‘ମହାରାଜା’ରେ କାମ କରୁଥିବା ବେଳେ ଖୁସି ଜୋୟା ଅଖତାରଙ୍କ ‘ଦ ଆର୍ଚିଜ’ରୁ ଡେବ୍ୟୁ କରିବେ |

author

Related Articles

Leave a Reply

Your email address will not be published. Required fields are marked *