ବାହାନଗା ଟ୍ରେନ ଟ୍ରାଜେଡି: ଆସିଲା DNA ରିପୋର୍ଟ

ବାହାନଗା ଟ୍ରେନ ଟ୍ରାଜେଡି: ଆସିଲା DNA ରିପୋର୍ଟ

ବାଲେଶ୍ଵର: ଆସିଲା DNA ରିପୋର୍ଟ | ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା ମୋଟ ୨୯୩ ଜଣଙ୍କ ମଧ୍ୟରୁ ପରିଚୟ ମିଳୁନଥିବା ୮୧ ଟି ମୃତଦେହ ମଧରୁ ପ୍ରଥମ ପର୍ଯ୍ୟାୟରେ ଯାଇଥିବା ୨୯ଟି ସାମ୍ପୁଲର DNA ରିପୋର୍ଟ ଆସିଛି | ଗୋଟେ ଶବ ପାଇଁ ଏକାଧିକ ଦାବିଦାର ଥିବାରୁ ପରିଚୟ ମିଳୁନଥିବା ମୃତଦେହକୁ ଚିହ୍ନଟ କରିବାକୁ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସରୁ 29ଟି ମୃତଦେହର ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ପଠାଯାଇଥିଲା | ତେବେ ଯେଉଁ ଶବ ଗୁଡିକର ପରିଚୟ ମିଳିଛି ସେଗୁଡିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ରହିଛି |

ସୂଚନା ଅନୁଯାୟୀ, ଆଜି ଅଣଦାବିଦାର ଶବଗୁଡ଼ିକର ସାମୂହିକ ସତ୍କାର ହେବ | ଏଥିପାଇଁ ଭୁବନେଶ୍ବର ସତ୍ୟନଗର ଓ ଭରତପୁର ଶ୍ମଶାନରେ ଶବ ସତ୍କାପର ବ୍ୟବସ୍ଥା କରାଯାଇଛି |

author

Related Articles

Leave a Reply

Your email address will not be published. Required fields are marked *