ଶ୍ରାବଣ ମାସର ଶେଷ ପୂର୍ଣ୍ଣାହୁତି ଓ ମହାଦେବଙ୍କୁ ଜଳାଭିଷେକ…..

ଗଜପତି ଜିଲ୍ଲା ମୋହନା ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ବର ବୋଲ୍ ବମ ସଂଘ ପକ୍ଷରୁ ୧୭ ବର୍ଷ ଧରି ମାନସିକଧାରୀ କାଉଡିଆ ଭକ୍ତ ମାନେ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରି ଆସୁଛନ୍ତି l ଏହି ବର୍ଷ ଯୋଡା ଶ୍ରାବଣ ପଡ଼ିଥିବାରୁ ୮ ଗୋଟି ସୋମବାର ପଡିଥିଲା। ପ୍ରତ୍ୟେକ ସୋମବାର ଦିନ କାଉଡିଆ ମାନେ ବିଭିନ୍ନ ଶିବ ମନ୍ଦିରରେ ଜଳ ଢାଳି ଆସୁଥିବା ବେଳେ ପୂର୍ଣ୍ଣମୀ ଦିନ ପୂର୍ଣ୍ଣାହୁତି କରିଛନ୍ତି l ଏହି ଦିନ ପ୍ରତ୍ୟକ କାଉଡିଆ ସଂକଳ୍ପ ଡୋରି ଫିଟାଇଲା ପରେ ରାକ୍ଷୀ ବାନ୍ଧିଥାନ୍ତି l ମୋହନାର ବହୁ ବୋଲବମ ଭାଇମାନେ ଶୁଖିଲା ଆମ୍ବ ଛକ ନିକଟ ହରଭଙ୍ଗି ନଦୀରୁ ଜଳ ଆଣି ମୋହନା ନଗର ପରିକ୍ରମା କରି ଶ୍ରୀ ନୀଳକଣ୍ଠେଶ୍ଵରଙ୍କ ଠାରେ ଜଳାଭିଷେକ କରିଛନ୍ତି l ଶାନ୍ତି ହୋମ ପରେ ପ୍ରସାଦ ସେବନ କରିଥିଲେ l

author

Related Articles

Leave a Reply

Your email address will not be published. Required fields are marked *