ମୋଦୀଙ୍କ ଚକମା…………..

ଲୋକସଭାର ଆଗୁଆ ନିର୍ବାଚନ ପାଇଁ କେନ୍ଦ୍ର ପ୍ରସ୍ତୁତି ଚଳାଇଛି ବୋଲି ଚର୍ଚା ଚାଲିଥିବା ବେଳେ ମୋଦି ସରକାର ଆଜି ଆଉ ଏକ ଚକମା ଦେଖେଇବାକୁ ଉଦ୍ୟମ କରିଛନ୍ତି ! ଗୋଟିଏ ଦେଶ ଗୋଟିଏ ନିର୍ବାଚନ କଥା କହି ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି ! ଲୋକସଭା ନିର୍ବାଚନ ସହିତ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ଏକ ସମୟରେ କରାଇବା ହେଉଛି ଏହାର ଉଦ୍ୟାଶ ! ଏହି ସ୍ବପ୍ନ କିପରି ସାକାର ହେଇପାରିବ ତାହା ଉପରେ ଅନୁଧ୍ୟାନ ଲାଗି ସରକାର ଏକ କମିଟି ଗଠନ କରିଛନ୍ତି !

ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କ ଅଧ୍ୟକ୍ଷ କମିଟି ଗଠନ…………

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିବା ଆଜି ଘୋଷଣା କରିଛନ୍ତି ! କମିଟିର ଉଦ୍ୟାଶ ହେଉଛି ଗୋଟିଏ ଦେଶ , ଗୋଟିଏ ନିର୍ବାଚନ ,ର ଅବଧାରଣକୁ ଲାଗୁ କରିବା ନେଇ ତର୍ଜମା କରିବା ! କମିଟିର ରିପୋର୍ଟର ଉପରେ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ବିତର୍କ ହେବ ବୋଲି ସୂଚନା ଦିଆଯାଇଛି !

author

Related Articles

Leave a Reply

Your email address will not be published. Required fields are marked *