୪ ଦିନିଆ ଭାରତ ଗସ୍ତରେ ଆମେରିକୀୟ ରାଷ୍ଟ୍ରପତି ଜିଓ ବାଇଡେନ

୪ ଦିନିଆ ଭାରତ ଗସ୍ତରେ ଆମେରିକୀୟ ରାଷ୍ଟ୍ରପତି ଜିଓ ବାଇଡେନ

ଭାରତ ର ରାଜଧାନୀ ନୂଆଦିଲ୍ଲୀ ର ପ୍ରଗତି ମୈଦାନ ରେ ହେବାକୁଥିବା ଜି-୨୦ ସମ୍ମିଳନୀ ରେ ଯୋଗ ଦେବେ ଆମେରିକା ରାଷ୍ଟ୍ରପତି ଜିଓ ବାଇଡେନ I ଆସନ୍ତାକାଲି ୪ ଦିନିଆ ଭାରତ ଗସ୍ତ ରେ ଆସୁଛନ୍ତି ଜିଓ ବାଇଡେନ I ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି I ଆହୁରି ମଧ୍ୟ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଇଡେନ ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବାର ଅଛି I ଭାରତ ଗସ୍ତ ରେ ଆସିବାକୁ ଥିବା ବାଇଡେନ ଙ୍କ କୋଭିଡ ଟେଷ୍ଟ କରାଯାଇଥିଲା I କୋଭିଡ ରିପୋର୍ଟ ନେଗେଟିଭ ଆସିବା ପରେ ବାଇଡେନ ଙ୍କ ଭାରତ ଆସିବା କୁ ସ୍ପଷ୍ଟ କରାଯାଇଛି I ବାଇଡେନ ଙ୍କ ପତ୍ନୀ ଜିଲ୍ଲୀ ବାଇଡେନ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ ତେଣୁ କରି ତାଙ୍କୁ କୋଭିଡ ପଜିଟିଭ ଥିବା ଆଶଙ୍କା କରାଯାଇଥିଲା ହେଲେ ବାଇଡେନ ଙ୍କ ରିପୋର୍ଟ ନେଗେଟିଭ ଆସିଥିଲା I ତେବେ ବାଇଡେନ ଙ୍କ ଭାରତ ଆସିବା ନେଇ ହ୍ୱାଇଟ ହାଉସ ପକ୍ଷ ରୁ ସୂଚନା ଦିଆ ଯାଇଛି I କିନ୍ତୁ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ପୁଟିନ ଜି-୨୦ ସମ୍ମିଳନୀ ରେ ଯୋଗ ଦେବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି I ଜି-୨୦ ସମ୍ମିଳନୀ ପୂର୍ବରୁ ବିଭିନ୍ନ ଦେଶ ମୁଖ୍ୟ ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I

author

Related Articles

Leave a Reply

Your email address will not be published. Required fields are marked *