ନନ୍ଦ ଘରେ ନନ୍ଦଲାଲା

ନନ୍ଦ ଘରେ ନନ୍ଦଲାଲା


ନନ୍ଦଉତ୍ସବ ପାଳୁଛି ସାରା ଭାରତବର୍ଷ । ଚାରିଆଡେ ଉତ୍ସବର ମାହୋଲ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଠମୀର ମଧ୍ୟ ରାତ୍ରରେ ଜନ୍ମନେଇଥିବା କୃଷ୍ଣ ଏବେ ଗୋପପୁରର ନନ୍ଦ ମହାରାଜଙ୍କ ଘର ପୁତ୍ର ହୋଇଛନ୍ତି । ନନ୍ଦ ଘରେ ପୁତ୍ର ଜନ୍ମ ହୋଇଥିବା ନେଇ ନନ୍ଦ ମହାରାଜ କରିଥିବା ଏତ୍ସବ ଆଜିର ଦିିନରେ ମଧ୍ୟ ପାଳନ କରାଯାଉଛି ।
ସମଗ୍ର ଦେଶରେ ବେଶ ଧୁମଧାମରେ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ । ପୁରପଲ୍ଲୀ ହୋଇଛି କୃଷ୍ଣମୟ । ଏହାକୁ ନେଇ ବିଭିନ୍ନ ମଠ ଓ ମନ୍ଦିର ନବବଧୂ ପରି ସଜେଇ ହୋଇଛି। ସବୁବର୍ଷ ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ସାଜିଥାଏ ଦହିହାଣ୍ଡି ଭଙ୍ଗା ଉତ୍ସବ। ଏଥିପାଇଁ ସବୁଠି ପରିବେଶ ଉତ୍ସବମୁଖର ହୋଇ ଉଠିଲାଣି। ପ୍ରଭୁ କୃଷ୍ଣଙ୍କ ଜନ୍ମଦିନ ହୋଇଥିବାରୁ ଏହାକୁ ପାଳିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଭରି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *