ବିଜେଡି କି ବିଜେପି କେଉଁଥିରେ ସାମିଲ ହେବେ ସୁର ଙ୍କ ପୁଅ ?

ବିଜେଡି କି ବିଜେପି କେଉଁଥିରେ ସାମିଲ ହେବେ ସୁର ଙ୍କ ପୁଅ ?

ଗତକାଲି ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ ଗଣମାଧ୍ୟମରେ କହିଥିଲେ ଯେ ୨୦୨୪ରେ କଂଗ୍ରେସ ଟିକେଟରୁ ଲଢିବେନି । ତାଙ୍କ ଟିମ୍ କରିଥିବା ସର୍ଭେରେ ଜଟଣୀବାସୀ ତାଙ୍କୁ କଂଗ୍ରେସରୁ ଦେଖିବାକୁ ଚାହୁଁନାହାନ୍ତି I ଗତ କାଲି ସୁରଙ୍କ ପୁଅ ଗଣମାଧ୍ୟମ ସାମ୍ନାରେ ଏପରି ବୟାନ ରଖିଥିଲେ ଏହାକୁ ୨୪ ଘଣ୍ଟା ପୂରଣ ନ ହେଉଣୁ ସୁର କହିଛନ୍ତି, ଆଗାମୀ ନିର୍ବାଚନରେ ମୁଁ ଲଢିବିନି । ଜଟଣୀରେ ସାନ ପୁଅ ମନ୍ମଥ ଲଢିବ । ସାନପୁଅକୁ ଏବେ ଉଭୟ ବିଜେଡି ଓ ବିଜେପି ନିଜ ଦଳରେ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି । ପ୍ରତ୍ୟକ୍ଷ ରାଜନୀତିରେ ସାନପୁଅର ସେତେଟା ଅଭିଜ୍ଞତା ନାହିଁ । କିନ୍ତୁ ସାନପୁଅ କଂଗ୍ରେସ ରୁ ଅଲବତ ଲଢ଼ିବ I ଠିକ୍ ସମୟରେ ଆସି କଂଗ୍ରେସରୁ ନାମାଙ୍କନପତ୍ର ଦାଖଲ କରିବାକୁ କହିଛି । ମୋର ବିଶ୍ୱାସ ପୁଅ ନିଶ୍ଚୟ ମୋ କଥା ରଖିବ । ବିଜେଡି-ବିଜେପି ଟିକେଟ ଆଡେଇ କଂଗ୍ରେସ ଟିକେଟକୁ ଧରିବ। ଏ ନେଇ ଗତ କାଲି ରାତିରେ ସାନପୁଅ ସହ କଥା ହୋଇଥିବା କହିଛନ୍ତି ସୁର ରାଉତରାୟ I

author

Related Articles

Leave a Reply

Your email address will not be published. Required fields are marked *