ଏସିଆ କପ ୨୦୨୩ ସୁପର-୪ ମ୍ୟାଚ ରେ ବର୍ଷା ସାଜିବ କି ବାଧକ ?

ଏସିଆ କପ ୨୦୨୩ ସୁପର-୪ ମ୍ୟାଚ ରେ ବର୍ଷା ସାଜିବ କି ବାଧକ ?

ଏସିଆ କପ ଟୁର୍ନାମେଣ୍ଟ ର ଲିଗ ପର୍ଯ୍ୟାୟ ମ୍ୟାଚ ଶେଷ ହୋଇଛି I ଏହା ପାକିସ୍ଥାନ ଓ ଶ୍ରୀଲଙ୍କା ରେ ଖେଳାଯାଉଥିଲା I ତେବେ ବର୍ତ୍ତମାନ ସୁପର ୪ ଷ୍ଟେଜ ର ପ୍ରଥମ ମ୍ୟାଚ ରେ ପାକିସ୍ତାନ ବଙ୍ଗଳାଦେଶ କୁ ହରାଇ ସାରିଛି I ତେବେ ଏହି ମ୍ୟାଚ ଶ୍ରୀଲଙ୍କା ର ରାଜଧାନୀ କଲମ୍ବୋରେ ଖେଳାଯିବାକୁ ରହିଛି I ଯାହାକୁ ନେଇ ଫ୍ୟାନ ମାନଙ୍କ ଭିତରେ ଉତ୍ସାହ ଦେଖା ଦେଇଥିବା ବେଳେ ବର୍ଷା ବାଧକ ସାଜିବାର ଆଶଙ୍କା ରହିଛି I କଲମ୍ବୋ ର ପାଣିପାଗ ରିପୋର୍ଟ ଅନୁଯାୟୀ ସେଠାରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଅଛି । ଏପରିକି ମ୍ୟାଚ୍ ଦିନ ମଧ୍ୟ ୭୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି । ତେଣୁ ଏପରିି ସ୍ଥିତିରେ ଯଦି ଏସିଆ କପ୍ ସୁପର-୪ ମ୍ୟାଚ୍ ବର୍ଷାରେ ଧୋଇଯାଏ, ତେବେ କେଉଁ ଟିମ୍ ଫାଇନାଲ ଖେଳିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଯଦି ବର୍ଷା ପାଇଁ ସୁପର-୪ ମ୍ୟାଚ ର ଆଉ କୌଣସି ବି ମୁକାବିଲା ସମ୍ଭବ ନ ହୁଏ ତେବେ ପାକିସ୍ଥାନ ସିଧା ସଳଖ ଫାଇନାଲ ରେ ଏଣ୍ଟ୍ରି ମାରିବ I ବର୍ତ୍ତମାନ ବାଂଲାଦେଶକୁ ହରାଇ ଦଳ ପାଖରେ ଦୁଇ ପଏଣ୍ଟ ରହିଛି । ବାକି ଖେଳିବାକୁ ଥିବା ଦୁଇଟି ମ୍ୟାଚ୍ ଯଦି ସମ୍ଭବ ନହୁଏ, ତେବେ ଦଳର ପଏଣ୍ଟ ୪ରେ ପହଞ୍ଚିବ । ଯାହା ପରେ ଦଳ ସିଧା ଫାଇନାଲରେ ଏଣ୍ଟ୍ରି ମାରିବ । ଅନ୍ୟପଟେ ବାଂଲାଦେଶ ଗୋଟିଏ ମ୍ୟାଚ୍ ହାରିଥିବାରୁ, ଯଦି ଅନ୍ୟ ମ୍ୟାଚ୍ ଗୁଡିକ ଖେଳିବା ସମ୍ଭବପର ନହୁଏ, ତେବେ ବାଂଲାଦେଶ ସୁପର-୪ ପର୍ଯ୍ୟାୟରୁ ବିଦାୟ ନେବ ।
ବର୍ଷା ହେତୁ ଯଦିଓ ସମସ୍ତ ମ୍ୟାଚ ରଦ୍ଧ ହୋଇଯାଏ ତେବେ ଭାରତ ଓ ଶ୍ରୀଲଙ୍କା ଦୁଇ ଦଳ ୩-୩ ପଏଣ୍ଟ ପାଇବେ I ଏବଂ ଦୁଇଟି ଦଳ ର ରନ ରେଟ୍ ମଧ୍ୟ ସୁନା ଥିବ I ତେବେ ଏସିଆ କପ ଫାଇନାଲ ରେ କେଉଁ ୨ ଟି ଦଳ ଖେଳିବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି I

author

Related Articles

Leave a Reply

Your email address will not be published. Required fields are marked *