ଆଜି ଆନ୍ତର୍ଜାତିକ ସାକ୍ଷରତା ଦିବସ

ଆଜି ଆନ୍ତର୍ଜାତିକ ସାକ୍ଷରତା ଦିବସ


ଆଜି ହେଉଛି ଆନ୍ତର୍ଜାତିକ ସାକ୍ଷରତା ଦିବସ । ନିରକ୍ଷର ଲୋକଙ୍କ ଭିତରେ ସାକ୍ଷରତାର ଗୁରୁତ୍ୱ ବାବଦରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସକୁ ପାଳନ କରାଯାଏ । ଜଣେ ବ୍ୟକ୍ତି ସାକ୍ଷର ହେଲେ ଦେଶର ଅର୍ଥନୀତିରେ ସୁଧାର ଆସିପାରିବ । ସାକ୍ଷର ଲୋକଟି ପାଖରେ ନିଜ ଚିନ୍ତାଧାର, ଭାବନା ଓ ଅନୁଭବକୁ ବ୍ୟକ୍ତ କରିବାର ଦକ୍ଷତା ଥାଏ । ତେବେ ୧୯୬୫ ମସିହାରେ ତେହରାନଠାରେ ୟୁନେସ୍କୋର ୪ର୍ଥ ଅଧିବେଶନରେ ଏହି ଦିବସଟି ପାଳନର ପରିକଳ୍ପନା କରାଯାଇଥିବା ବେଳେ ୧୯୬୭ ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର ୮ତାରିଖରେ ଏହି ସାକ୍ଷରତା ଦିବସ ପାଳନ ହୋଇ ଆସୁଛି । ଯାହାର ଉଦ୍ଦେଶ୍ୟ ନିରକ୍ଷରତାର ମୁକାବିଲା କରିବା ସମାଜକୁ ସଶକ୍ତ କରିବା । କହିବାକୁ ଗଲେ ପରବାରର ଜଣେ ସଦସ୍ୟ ସାକ୍ଷର ହେଲେ ପୂରା ପରିବାର ସାକ୍ଷର ହେବା ସହ ପରିବାର ମଧ୍ୟରେ ଶାନ୍ତ ଶୃଙ୍ଖଳା ଦେଖିବାକୁ ମିଳିବ । ଶାନ୍ତିପୂର୍ଣ୍ଣ ସମାଜର ମୂଳଦୁଆ କରିବା ପାଇଁ ସାକ୍ଷର ହେବା ଅତ୍ୟନ୍ତ ଆବଶ୍ୟକ ।

author

Related Articles

Leave a Reply

Your email address will not be published. Required fields are marked *