ଆମେରିକା ରାଷ୍ଚ୍ରପତି ଜିଓ ବାଇଡେନ ଙ୍କ ସୁରକ୍ଷାରେ ନିୟୋଜିତ ହେବ ”ଦ ବିଷ୍ଚ’’

ଆମେରିକା ରାଷ୍ଚ୍ରପତି ଜିଓ ବାଇଡେନ ଙ୍କ ସୁରକ୍ଷାରେ ନିୟୋଜିତ ହେବ ”ଦ ବିଷ୍ଚ’’

ଶୁକ୍ରବାର ସନ୍ଧ୍ୟା ରେ ଜି 20 ସମ୍ମିଳନୀ ରେ ଯୋଗ ଦେବା ପାଇଁ ନୂଆ ଦିଲ୍ଲୀ  ପହଁଞ୍ଚିବେ ଆମେରିକା ରାଷ୍ଚ୍ରପତି ଜିଓ ବାଇଡେନ । ଆମେରିକା ରାଷ୍ଚ୍ରପତି ଆସୁଥିବା ହେତୁ ଦିଲ୍ଲୀ ରେ  ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି । କୁହାଯାଉଛି ରାଷ୍ଚ୍ରପତିଙ୍କ ସୁରକ୍ଷା ପାଇଁ 300 ସ୍ପେଶାଲ କମାଣ୍ଡୋ ନିଯୁକ୍ତ କରାଯାଇଛି । ଖାଲି ସେତିକି ନୁହେଁ, ବାଇଡେନ ଙ୍କ ସୁରକ୍ଷାରେ 50 ଟି ଗାଡି ସାମିଲ ହେବ ଯାହା ଭିତରେ ରହିଛି ସବୁଠୁ ସୁରକ୍ଷିତ କାର ‘’ଦ ବିଷ୍ଚ’’ ।

ଅନେକ ଦୃଷ୍ଟିରୁ ଆମେରିକା ରାଷ୍ଟ୍ରପତିଙ୍କ କାର ଖାସ୍ ଅଠେ । କୁହାଯାଏ ଏହା ହେଉଛି ବିଶ୍ୱର ସବୁଠୁ ସୁରକ୍ଷିତ କାର । ଏହି କାର ଉପରେ ଇଆଇଡି ଏବଂ କେମିକାଲ ଆକ୍ରମଣର କୌଣସି ପ୍ରଭାବ ପଡିନଥାଏ । ଅନ୍ୟପଟେ ଆମେରିକା ରାଷ୍ଟ୍ରପତିଙ୍କ କାର ନମ୍ବର ହେଉଛି ୪୬ । ଯାହାକି ସୂଚନା ଦେଇଥାଏ ଯେ, ବାଇଡେନ୍ ହେଉଛନ୍ତି ଆମେରିକାର ୪୬ ତମ ରାଷ୍ଟ୍ରପତି ।ଏହି କାରକୁ ଯଦି ଆକ୍ରମଣକାରୀ ଆକ୍ରମଣ କଲା ପରେ ଛୁଅନ୍ତି ତେବେ ସେମାନଙ୍କୁ 120 ଭୋଲଟ୍ ର ଝଟକା ଲାଗିଥାଏ । ଆମେରିକା ରାଷ୍ଟ୍ରପତି ଦୁନିଆର କୌଣସି ଦେଶକୁ ବି ଗଲେ, ତାଙ୍କ ସହ ଏହି କାର ମଧ୍ୟ ଯାତ୍ରା କରିଥାଏ । ସୂଚନା ମୁତାବକ, ଏହି କାରର ମୂଲ୍ୟ ହେଉଛି ୧୨ କୋଟି ୪୭ ଲକ୍ଷ ।

author

Related Articles

Leave a Reply

Your email address will not be published. Required fields are marked *