ଯଦି ଟ୍ରେନ ରେ ଯାତ୍ରା କରୁଛନ୍ତି ତେବେ ଜାଣି ରଖନ୍ତୁ କେଉଁ ନିୟମ ସବୁ ମାନିବାକୁ ପଡ଼ିବ

ଯଦି ଟ୍ରେନ ରେ ଯାତ୍ରା କରୁଛନ୍ତି ତେବେ ଜାଣି ରଖନ୍ତୁ କେଉଁ ନିୟମ ସବୁ ମାନିବାକୁ ପଡ଼ିବ

ପ୍ରତିଦିନ ଅନେକ ଭାରତୀୟ ନିଜ ର ଗନ୍ତବ୍ୟ ସ୍ଥଳ କୁ ଯିବା ପାଇଁ ରେଳ ସେବାର ସୁଯୋଗ ନେଇଥାନ୍ତି । ଏବଂ ସେଇଥିପାଇଁ ଆପଣଙ୍କୁ କିଛି ନିୟମ ମଧ୍ୟ ମାନିବାକୁ ପଡ଼ିବ ଯାହାଦ୍ଵାରା କି ଆପଣଙ୍କୁ ଅସୁବିଧା ର ସମ୍ମୁଖୀନ ହେବା ପାଇଁ ପଡ଼ିବନି । ଯଦି ଆପଣ ପ୍ରାୟତ ଟ୍ରେନ ରେ ଯାତ୍ରା କରୁଛନ୍ତି ତେବେ ଏହି ବିଷୟରେ ଅବଗତ ହେବା ଜରୁରୀ ।

ଆପଣ କଣ ଜାଣିଛନ୍ତି କେତେ ଲଗେଜ୍ ସହ ଆପଣ ଯାତ୍ରା କରିପାରିବେ । ଭାରତୀୟ ରେଳବାଇ ର ଅଫିସିଆଲ୍ ୱେବସାଇଟ ରେ ଦିଆ ଯାଇଥିବା ସୂଚନା ଅନୁଯାୟୀ ଆପଣ ଏସି ପ୍ରଥମ ଶ୍ରେଣୀ ରେ 70କିଲୋ ଗ୍ରାମ ପର୍ଯ୍ୟନ୍ତ ଲଗେଜ ସହିତ ଯାତ୍ରା କରିପାରିବେ ।ଏଥି ସହିତ ଯାତ୍ରୀମାନେ ଏସି 2 ସ୍ତର ରେ 50 କିଲୋ ଗ୍ରାମ, ଏସି 3 ସ୍ତରରେ 40 କିଲୋ ଗ୍ରାମ ଏବଂ ଦ୍ୱିତୀୟ ଶ୍ରେଣୀ ରେ 35 କିଲୋ ଗ୍ରାମ ପର୍ଯ୍ୟନ୍ତ ଲାଗେଜ୍ ସହିତ ଯାତ୍ରା କରିପାରିବେ। ରେଳବାଇ ର ନିୟମାନୁଯାୟୀ ଯଦି ଆପଣ ଙ୍କ ର ଟିକେଟ କିଣିବାକୁ ସମୟ ନାହିଁ ତେବେ ଆପଣ କେବଳ ପ୍ଲାଟଫର୍ମ ଟିକେଟ ନେଇ ଟ୍ରେନ ରେ ଯାଇପାରିବେ ଏବଂ ତୁରନ୍ତ ଗନ୍ତବ୍ୟ ସ୍ଥଳରେ ପହଁଚିବା ପାଇଁ TTE ସହିତ ଯୋଗାଯୋଗ କରିପାରିବେ ।

ଆହୁରି ମଧ୍ୟ ରେଳ ନିୟମ ଅନୁଯାୟୀ TTE ରାତି 10 ଟାରୁ ସକାଳ 6ଟା ପର୍ଯ୍ୟନ୍ତ କୌଣସି ଯାତ୍ରୀ ଙ୍କ ଟିକେଟ ଯାଞ୍ଚ କରିପାରିବେ ନାହିଁ । ଏବଂ ସମସ୍ତ ଯାତ୍ରୀ ଙ୍କ ସୁବିଧା କୁ ଦୃଷ୍ଟିରେ ରଖି ରେଳବାଇ ରାତିରେ ଶୋଇବାର କିଛି ନିୟମ ମଧ୍ୟ ରଖିଛନ୍ତି। ଏହା ସହିତ ରାତିରେ ଜୋରରେ କଥା ହେବା ଏବଂ ଗୀତ ଶୁଣିବା ମଧ୍ୟ ନିଷେଧ । ଏହାକୁ ଅବମାନନା କଲେ ଆପଣଙ୍କୁ ଜୋରିମାନା ହୋଇପାରେ ।

author

Related Articles

Leave a Reply

Your email address will not be published. Required fields are marked *