ପରିବାର କଲ୍ୟାଣ କରିବ ‘ମିଶନ ଇନ୍ଦ୍ରଧନୁ’

ପରିବାର କଲ୍ୟାଣ କରିବ ‘ମିଶନ ଇନ୍ଦ୍ରଧନୁ’


ପାଂଚ ବର୍ଷରୁ କମ ପିଲାଙ୍କୁ ଟୀକାକରଣ କରିବା ପାଇଁ ତଥା ପରିବାରର ଗର୍ଭବତୀ ମହିଳା ମାନଙ୍କ ପାଇଁ ରାଜ୍ୟ ସରକାରଙ୍କର ମିଶନ ଇନ୍ଦ୍ରଧନୁ ଆରମ୍ଭ ହେବାକୁ ଯାଉଛି । ଏନେଇ ସର୍ଭେରୁ ଜଣାପଡିଛି ଯେ, ପରିବାରରେ ୧୯,୮୯୬ ଗର୍ଭବତୀ ମହିଳା ଓ ୧,୦୪,୨୬୧ଜଣ ପାଂଚ ବର୍ଷରୁ କମ୍ ପିଲାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଏହି ଟୀକାକରଣ ଯୋଜନା ୩ଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧୧ରୁ ୧୬, ଦ୍ୱିତୀୟ ରାଉଣ୍ଡ ଅକ୍ଟୋବର ୯ରୁ ୧୪ ଓ ତୃତୀୟ ରାଉଣ୍ଡ ନଭେମ୍ବର ୬ରୁ ୧୧ ଭିତରେ ଶେଷ ହେବାକୁ ଲକ୍ଷ ରଖାଯାଇଛି । ସମୁଦାୟ ୧୧ ପ୍ରକାରର ଟୀକାକରଣ କରାଯିବ । ଏହି ଟୀକାକରଣରେ ରାଜ୍ୟ ସକାରଙ୍କର ଅନ୍ୟ ବିଭାଗ ମଧ୍ୟ ସହେଯାଗ କରିବେ ବୋଲି ସୂଚନା ରହିଛି । ଏହି ‘ମିଶନ ଇନ୍ଦ୍ରଧନୁ’ ମାଧ୍ୟମରେ ଶିଶୁ ଓ ଗଭ୭ବତି ମହିଳାଙ୍କୁ ସୁରକ୍ଷା ଦିଆଯାଇପାରିବ ।

author

Related Articles

Leave a Reply

Your email address will not be published. Required fields are marked *