ଲଣ୍ଡନ ରୁ ଭାରତ ଫେରିବ ଛତ୍ରପତି ଶିବାଜୀ ଙ୍କ ବାଘ ନଖ

ଲଣ୍ଡନ ରୁ ଭାରତ ଫେରିବ ଛତ୍ରପତି ଶିବାଜୀ ଙ୍କ ବାଘ ନଖ

ଭାରତର ଐତିହର ମୁକସାକ୍ଷୀ ଥିବା ଛତ୍ରପତି ଶିବାଜୀ ଙ୍କ ଖାସ୍ ହତିଆର  ବାଘ ନଖ ଭାରତ ଫେରିବ । ଏଥିରେ ଶିବାଜୀ ନିଜ ବୁଦ୍ଧି ବଳରେ ମୋଗଲ ବାଦଶାହା ଅଫଜାଲ ଖାନ ଙ୍କର ହତ୍ୟା କରିଥିଲେ । ଗତ ଅନେକ ଦଶନ୍ଧି ଧରି ଏହି ବିରଳ ବାଘ ନଖ ଲଣ୍ଡନର ଆଲର୍ବଟ ମ୍ୟୁଜିୟମରେ ରଖାଯାଇଛି । ସୂଚନା ମୁତାବକ, ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଗଣ୍ଟିବାର ଏହି ବାଘ ନଖକୁ ଭାରତ ଫେରାଇ ଆଣିବା ଉପରେ ସୂଚନା ଦେଇଛନ୍ତି । ସେ ଚଳିତ ମାସ ଶେଷ ସୁଦ୍ଧା ଲଣ୍ଡନ ଯାଇ ଲଣ୍ଡନ ସ୍ଥିତ ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମ୍ୟୁଜିୟମ ଅଥରିଟିଙ୍କ ସହ ଚୁକ୍ତିପତ୍ର ସ୍ୱାକ୍ଷର କରିବେ । ଏହାପରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ଭାରତକୁ ଫେରାଇଅଣାଯିବ ବୋଲି ସୂଚନା ଦିଆଯାଇଛି । ପ୍ରଥମେ ଏହା ମରାଠା ର ରାଜଧାନୀ ସତାରା ରା ରଖାଯାଇଥିଲା । 1818 ମସିହାରେ ପେଶୱାର ପ୍ରଧାନମନ୍ତ୍ରୀ ଏହାକୁ ଇଷ୍ଚ ଇଣ୍ଡିଆ କମ୍ପାନୀ ର ଅଧିକାରୀ ଜେମସ ଗ୍ରାଣ୍ଟ ଡଫ ଙ୍କୁ ଉପହାର ଭାବେ ଦେଇଥିଲେ । 1824 ରେ ଡଫ ଲଣ୍ଡନ ଫେରିବା ପରେ ଏହାକୁ ମ୍ୟୁଜିୟମକୁ ଦାନ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *