ଦ ବିଷ୍ଟ ର ଖାସିୟତ

ଦ ବିଷ୍ଟ ର ଖାସିୟତ

ବିଶ୍ୱ ର 20 ଟି ଦେଶ କୁ ନେଇ ସବୁଠୁ ବଡ ବୈଠକ ଜି-20 ସମ୍ମିଳନୀ ଭାରତ ର ନୂଆ ଦିଲ୍ଲୀରେ ଆରମ୍ଭ ହୋଇଯାଇଛି । ଜି-20 ସମ୍ମିଳନୀ ରେ ବିଭିନ୍ନ ଦେଶର ମୁଖ୍ୟ ଓ ଅଧିକାରୀମାନେ ଯୋଗ ଦେଇଛନ୍ତି । ରାଷ୍ଟ୍ରର ମୁଖ୍ୟ ମାନଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ ବହୁତ କଡାକଡି କରାଯାଇଛି । କିନ୍ତୁ ସମସ୍ତ ଙ୍କର ନଜର ରହିଛି ଆମେରିକା ରାଷ୍ଟ୍ରପତି ଜିଓ ବାଇଡେନ ଙ୍କ ଉପରେ । ଯଦି ଆପଣ ତାଙ୍କ ସୁରକ୍ଷା ବ୍ୟବସ୍ଥା ଜାଣିବେ ତେବେ ଆପଣଙ୍କର ହୋସ ଉଡିଯିବ । ବାଇଡେନ ଆସିବା ପୂର୍ବରୁ ତାଙ୍କର ଅଫିସିଆଲ କାର୍ ଦ ବିଷ୍ଚ ଦିଲ୍ଲୀରେ ପହଞ୍ଚି ସାରିଥିଲା । ବାଇଡେନଙ୍କ ସୁରକ୍ଷା ପାଇଁ ଭାରତର ସିକ୍ୟୁରିଟି ଏଜେନସି ସହ ଆମେରିକା ସିକ୍ରେଟ ସର୍ଭିସ୍ ର 300 ସ୍ପେଶାଲ କମାଣ୍ଡୋ ଉପସ୍ଥିତ ରହିଛନ୍ତି । ଏଥିସହ ବାଇଡେନ ଙ୍କ କାରକେଡ ରେ 50 ରୁ ଅଧିକ ଗାଡି ରହିଛି ଏବଂ ଏଥିରେ ତାଙ୍କ ସ୍ପେଶାଲ କାର ଦ ବିଷ୍ଟ ମଧ୍ୟ ସାମିଲ ହୋଇଛି । ଏହି କାରକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ଓ ସୁରକ୍ଷିତ କାର କୁହାଯାଇଥାଏ । ଏହା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ।

ଚାଲନ୍ତୁ ନଜର ପକାଇବା ଏହି କାର ର ଖାସିୟତ ଉପରେ । କଣ ପାଇଁ ଏହା ସାରା ଭାରତ ବର୍ଷ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ଦ ବିଷ୍ଚ କୁ ବିଶ୍ୱ ର ସବୁଠୁ ସୁରକ୍ଷିତ କାର କୁହାଯାଏ । ଏହା ସଂପୂର୍ଣ୍ଣ ଭାବେ ବୁଲେଟ ପ୍ରୁଫ ଅଟେ । ବାଲାଷ୍ଟିକ ଷ୍ଚିଲ ଅପେକ୍ଷା ଏହା ଦଶଗୁଣା ଅଧିକ ମଜଭୁତ । ଏହି କାର ଉପରେ ଗୁଳି ବା କେମିକାଲ ର କୌଣସି ପ୍ରଭାବ ପଡିବ ନାହିଁ । ଚକ ପଂପଚର ହେଲେ ମଧ୍ୟ 50 କିମି ଯାଏଁ ଯାଇ ପାରିବ । ବିଷ୍ଟ ର ଲମ୍ବ 18 ଫୁଟ ଓ ଓଜନ ସାଢେ ସାତ ଟନ । ଏହାର ବଡି 8 ଇଞ୍ଚ ଓ ବୁଲେଟ ପ୍ରୁଫ କାଚ ର ମୋଟେଇ 5 ଇଞ୍ଚ । କେହି ଯଦି ସୁରକ୍ଷା କବଚ ଭେଦ କରେ 120 ଭୋଲ୍ଚ ର କରେଣ୍ଚ ଲାଗିଥାଏ । ଏହି କାର୍ ରେ ଜିପିଏସ ଟ୍ରାକର,ପ୍ୟାନିକ ବଟନ ଓ ଏକ ସାଟେଲାଇଟ ଫୋନ ରହିଛି । କାର ରେ ଅକ୍ସିଜେନ ସର୍ପୋଟ ରହିଛି । ଏବଂ ଏଥିରେ ରାଷ୍ଚ୍ରପତି ଙ୍କ ବ୍ଲଡ ଗ୍ରୁପ ର ବ୍ଲଡ ସବୁବେଳେ କାର ରେ ରହିଥାଏ । ଜରୁରୀକାଳୀନ ସ୍ଥିତି ରେ କାର ପଛରୁ ଧୂଆଁ ବାହାରିଥାଏ । ଆକ୍ରମଣକାରୀ କୁ ଚକମା ଦେବାର କ୍ଷମତା ରଖିଛି ଦ ବିଷ୍ଟ । ଏହାର ଦାମ ପାଖାପାଖି 10 କୋଟି ଟଙ୍କା ।

author

Related Articles

Leave a Reply

Your email address will not be published. Required fields are marked *