ଜି୨୦ ଉଦଘାଟନୀ ଉତ୍ସବରେ ମୋଦିଙ୍କ ବକ୍ତବ୍ୟ

ଜି୨୦ ଉଦଘାଟନୀ ଉତ୍ସବରେ ମୋଦିଙ୍କ ବକ୍ତବ୍ୟ


ଆଜିଠୁ ଆରମ୍ଭ ହୋଇଛି ଜି୨୦ ବୈଠକ । ନୂଆଦିଲ୍ଲୀରେ ପ୍ରଗତି ମୈଦାନରେ ‘ଭାରତ ମଣ୍ଡପ’ରେ ଆୟୋଜିତ ‘ଜି୨୦’ର ୧୮ଶିଖର ସମ୍ମିଳନୀ ଉଦ୍ଘାଟନ ହୋଇଯାଇଛି । ଏହାକୁ ଉଦଘାଟନ କରିବା ।ବସରରେ ସେ କହିଛନ୍ତି ଯଦି ଆମେ କୋଭିଡ୍କୁ ପରାସ୍ତ କରିପାରିଲେ ତେବେ, ଯୁଦ୍ଧଜନିତ ବିଶ୍ବାସର ଅଭାବକୁ ବି ବିଶ୍ବାସର ସୁସମ୍ପର୍କରେ ପରିଣତ କରିପାରିବା । ପ୍ରଧାନମନ୍ତ୍ରୀ ମୋଦୀ ‘ଆଫ୍ରିକା ୟୁନିୟନ୍’କୁ ‘ଜି୨୦’ର ସ୍ଥାୟୀ ସଦସ୍ୟ ଭାବେ ସାମିଲ କରାଗଲା । ତା’ପରେ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ‘ଆଫ୍ରିକା ୟୁନିୟନ୍ର’ ଅଧ୍ୟକ୍ଷ ତଥା କୋମରୋସ୍ର ରାଷ୍ଟ୍ରପତି ଆଜାଲି ଅସୌମାନିଙ୍କୁ ଆନୁଷ୍ଠାନିକ ଭାବେ ଦିଲ୍ଲୀ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ସ୍ବାଗତ କଲେ।
ଆଫ୍ରିକୀୟ ୟୁନିୟନ୍ ବା ସଂଘରେ ୫୫ଟି ଆଫ୍ରିକୀୟ ଦେଶ ସଦସ୍ୟ ଅଛନ୍ତି। ଆନୁଷ୍ଠାନିକ ଭାବେ ‘ଜି୨୦’ର ସମ୍ମଳନୀ କାର‌୍ୟ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମୋରକୋରେ ହୋଇଥିବା ଭୂମିକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ। କୋଭିଡ୍ ପରବର୍ତ୍ତୀ ବିଶ୍ବରେ ବିଶ୍ବାସର ଅଭାବ ପରିଲକ୍ଷିତ ହେଉଛି। ଏବଂ ଯୁଦ୍ଧ (ୟୁକ୍ରେନ୍) ଏହାକୁ ଆହୁରି ସୁଦୃଢ଼ କରିଛି। ତେଣୁ, ବିଶ୍ବ କଲ୍ୟାଣ ନିମନ୍ତେ ଆମକୁ ଏକମନ ହୋଇ ଅଗ୍ରସର ହେବାକୁ ପଡ଼ିବ। ଆଜି ଯୁଗ ଯୁଗର ସମସ୍ୟା ସବୁ ସମାଧାନ ଖୋଜୁଥିବା ବେଳେ ମାନବ-କେନ୍ଦ୍ରିକ ଆଭିମୁଖ୍ୟ ନେଇ ଆମେ ଆମର ଦାୟିତ୍ବ ପାଳନ କରିବା ଆବଶ୍ୟକ। ଏଥିପାଇଁ ‘ସବ୍କା ସାଥ୍, ସବ୍କା ବିକାଶ୍, ସବ୍କା ବିଶ୍ବାସ, ସବ୍କା ପ୍ରୟାସ୍’ ବିଶ୍ବକୁ ଦିଗ୍ଦର୍ଶନ ଦେଇ ପାରିବ।

author

Related Articles

Leave a Reply

Your email address will not be published. Required fields are marked *