ଅକ୍ଷରଧାମ ରେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଅକ୍ଷରଧାମ ରେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଭାରତ ର ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ଆଜି ସକାଳେ ସେ ତାଙ୍କ ପତ୍ନୀ ଙ୍କ ସହିତ ଅକ୍ଷରଧାମ ମନ୍ଦିର ଯାତ୍ରା କରିଛନ୍ତି । ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିର ଯାଇ ସ୍ୱାମୀ ନାରାୟଣଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ଆଜି ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ଏହା ଭିତରେ ସକାଳୁ ସକାଳୁ ଯାଇ ମନ୍ଦିରରେ ପହଞ୍ଚ ଥିଲେ ଋଷି ସୁନକ ଏବଂ ତାଙ୍କ ପତ୍ନୀ । ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *