ଜି-20 ର ରାତ୍ରୀ ଭୋଜନ ରେ ଶାଢୀ ରେ ନଜର ଆସିଲେ ଜାପାନ ଓ ମରିସସ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ଜି-20 ର ରାତ୍ରୀ ଭୋଜନ ରେ ଶାଢୀ ରେ ନଜର ଆସିଲେ ଜାପାନ ଓ ମରିସସ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ଭାରତର ସଂସ୍କୃତି ଓ ପରମ୍ପରାର ବର୍ଣ୍ଣନା କଲେ ହୁଏତ ଶବ୍ଦର ଅଭାବ ପଡିଯିବ । ଆଉ ଭାରତୀୟ ସଂସ୍କୃତିର ଏକ ନିଦର୍ଶନ ହେଉଛି ଶାଢୀ । ସାଧାରଣତଃ ଭାରତୀୟ ନାରୀ ଶାଢୀ ପରିଧାନ କରିଥାନ୍ତି ।    ଭାରତରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଡିନରରେ ଏହାର ପ୍ରତ୍ୟକ୍ଷ ଝଲକ ଦେଖିବାକୁ ମିଳିଥିଲା ।  ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଜାପାନ୍ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ପତ୍ନୀ ୟୁକୋ କିଶିଦାଙ୍କ ସହ ଭାରତ ଆସିଛନ୍ତି । ୟୁକୋ କିଶିଦା ଶିକ୍ଷା ,ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।  ଭାରତ ମଣ୍ଡପମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ଜାପାନ ଓ ମରିଶସ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଶାଢି ପରିଧାନରେ ଦେଖିବାକୁ ମିଳିଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାବ୍ୟତୀତ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷଙ୍କ ପତ୍ନୀଙ୍କୁ ମଧ୍ୟ ଶାଢିରେ ଦେଖିବାକୁ ମିଳିଥିଲା । ଏହା ସମସ୍ତଙ୍କ ର ଦୃଷ୍ଟି ଆକର୍ଷଣ କରିଥିଲା ।

author

Related Articles

Leave a Reply

Your email address will not be published. Required fields are marked *