ମଙ୍ଗଳବାର ରୁ ଗୁରୁବାର ଯାଏଁ ରାଜ୍ୟ ରେ ପ୍ରବଳ ବର୍ଷିବ

ମଙ୍ଗଳବାର ରୁ ଗୁରୁବାର ଯାଏଁ ରାଜ୍ୟ ରେ ପ୍ରବଳ ବର୍ଷିବ

ଆଗାମୀ 10 ଦିନରେ ରାଜ୍ୟରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । 12 ଓ 19 ଆଡକୁ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗରୁ ସୂଚନା ମିଳିଛି । ସୂଚନା ମୁତାବକ, ଆସନ୍ତାକାଲି ଆଡ଼କୁ ଉତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ମଙ୍ଗଳବାରରୁ ଗୁରୁବାର ଯାଏ ରାଜ୍ୟରେ ପ୍ରବଳ ବର୍ଷିବ ବୋଲି ଆକଳନ ହୋଇଛି ଏବଂ ରାଜ୍ୟରେ ହୋଇଥିବା ୧୧% ନିଅଣ୍ଟିଆ ବର୍ଷା ସ୍ଥିତି କିଛି ମାତ୍ରାରେ ଭରଣା ହୋଇପାରିବ ବୋଲି ଆଶା କରାଯାଉଛି ।

ସେହିପରି ୧୯ ତାରିଖରେ ଉତ୍ତର ବଙ୍ଗୋପସାଗର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସେପ୍ଟେମ୍ବରର ତୃତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ୪୮ ଘଣ୍ଟାର ଲଘୁଚାପ ସୃଷ୍ଟି ହୋଇପାରେ । ଫଳରେ ସାରା ରାଜ୍ୟରେ ବର୍ଷା ହେବ ।

author

Related Articles

Leave a Reply

Your email address will not be published. Required fields are marked *