ନବୀନଙ୍କୁ ଜୟନାରାୟଣଙ୍କ ଟାର୍ଗେଟ, କେବଳ ଧନ୍ୟବାଦ ନେଇଜାଣ ଦେଇ ଜାଣନାହିଁ

ନବୀନଙ୍କୁ ଜୟନାରାୟଣଙ୍କ ଟାର୍ଗେଟ, କେବଳ ଧନ୍ୟବାଦ ନେଇଜାଣ ଦେଇ ଜାଣନାହିଁ


ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜି-୨୦ ସମ୍ମିଳନୀରେ ପ୍ରଥମଥର ବିଶ୍ୱର ନେତା ମାନେ ଭାରତ ଆସିଥିଲେ । ଏହି ସମ୍ମିଳନୀର ପ୍ରଥମ ଦିନରେ ସମ୍ବଲପୁରୀ ଡାଲ ଖାଇ ଗୀତରେ ବିଶ୍ୱ ଅତିଥି ମାନଙ୍କର ଭବ୍ୟ ସ୍ୱାଗତ କରାଯାଇଥିଲା । କୋଣାର୍କ ସୂର୍ଯ୍ୟ ଚକ୍ରର ଥିମ୍ ସହ ଖାଦ୍ୟ, ହସ୍ତଶିଳ୍ପ, ଚାନ୍ଦୁଆ, ତାରକଶୀ, ସମ୍ବଲପୁରୀ ଶାଢି ଆଦିକୁ ଜି-୨୦ ବୈଠକରେ ଓଡିଶାର ଗୈାରବକୁ ବିଶ୍ୱ ଦରବାରରେ ସମ୍ନାନିତ କରାଗଲା । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ନାହିଁ । ଏହାକୁ ଆକ୍ଷେପ କରି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ନବୀନ ବାବୁ କେବଳ ଧନ୍ୟବାଦ ନେଇଜାଣ ଦେଇଜାଣ ନାହିଁ । ନବୀନ ବାବୁଙ୍କ ପାଖରେ ସୌଜନ୍ୟତା ବି ନାହିଁ । ଓଡିଶାର ଅସ୍ମିତାକୁ ବିଶ୍ୱ ଦରବାର ଦେଖିଲା କିନ୍ତୁ ନବୀନ ବାବୁ ବୋଧେ ଏଥିରେ ଖୁସି ନାହାନ୍ତି । ଯାହା ତାଙ୍କର ହୀନ ମାନସିକତାର ପରିଚୟ ଦେଉଛି । ପ୍ରଧାନମନ୍ତ୍ରୀ କୋଭିଡ ସମୟରେ ମାଗଣରେ ଓଡିଶାକୁ ଟୀକା ଦେଲେ କିନ୍ତୁ ନବୀନ ବାବୁ ଧନ୍ୟବାଦ ଦେଲେ ନାହିଁ । ରାଷ୍ଟ୍ରପତି ନିମନ୍ତ୍ରଣ କରିଥିଲେ ସୁଦ୍ଧା ନବୀନ ବାବୁ ତମେ ଗଲନାହିଁ । ତମର ୨୩ବର୍ଷର ଶାସନରେ ଓଡିଶା ଦାରିଦ୍ର‌୍ୟ, ନାରୀ ନିର୍ଯ୍ୟାତନା, ବିପର୍ଯ୍ୟସ୍ତ ଶିକ୍ଷା, ସ୍ୱାସ୍ଥ୍ୟବସ୍ଥା ଆଦି ସବୁ ଥିରେ ପଛରେ । ତମେ ଓଡିଶାର ଅବସ୍ଥାକୁ ଯେଉଁ ସ୍ତରକୁ ନେଲଣେ ସେଥିପାଇଁ ବୋଧେ ତମକୁ ଭୟ ଲାଗୁଛି ସମ୍ମିଳନୀକୁ ଯିବାକୁ । ନବୀନ ବାବୁ ତମର ଦକ୍ଷତା ଓ ଯୋଗ୍ୟତା ନାହିଁ । ତମ ମନରେ ଇନ୍‌ଫେରିଅର୍ କମ୍ପେ୍ଲକ୍ସ ଅଛି ସେଥିପାଇଁ ଗଲନି । ଜୟନାରାୟଣଙ୍କୁ ଜବାବ ଦେଇ ଲେନିନ ମହାନ୍ତି କହିଛନ୍ତି ରାଜ୍ୟ ଦେଶ ପାଇଁ ଭଲ ଘଟିଲେ କେତେ ଖୁସି ଲାଗେ ତାହା ବିଜେଡି ବିଜେପିକୁ ନଶିଖାଉ । ଓଡିଶା ହକି ବିଶ୍ୱକପରେ ୧୪୦ କୋଟି ଭାରତୀୟ ଖୁସି ଓ ଗର୍ବ ଅନୁଭବ କରିଥିଲେ କିନ୍ତୁ ବିଜେପିର ପ୍ରତିକ୍ରିୟା ଦୁଃଖଦ କି ଖରାପ ଘଟଣା ଘଟିଛି । ଓଡିଶାର ଭଲ କାମରେ ରାଜ୍ୟ ବିଜେପି ଦୁଃଖ ନହୋଇ ଖୁସି ହୁଅନ୍ତୁ । ତେବେ ଦେଖିବାକୁ ବାକି ରହିଲା ଶାସକ ବିରୋଧିଙ୍କର କଥା କଟାକଟି ଭିତରେ ଓଡିଶାର ପ୍ରଗତି ଘଟୁଛି ନା ଓଡିଶା ପଛୁଆ ରହୁଛି ।

author

Related Articles

Leave a Reply

Your email address will not be published. Required fields are marked *