ବିଶ୍ୱକପ ପାଇଁ 15 ଜଣିଆ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ ଟିମ୍

ବିଶ୍ୱକପ ପାଇଁ 15 ଜଣିଆ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ ଟିମ୍

ଚଳିତ ବିଶ୍ୱକପରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ । ଏହା ଭାରତରେ ଅନୁଷ୍ଠିତ ହେବ । ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଟିମ୍ ୧୫ ଜଣିଆ ଦଳ ଘୋଷଣା କରିଛି । ମୈଦାନକୁ ଓହ୍ଲାଇବ କିୱି ଦଳ । ୱିଲିୟମସନ ଆହତ ହୋଇଥିଲେ ମଧ୍ୟ ତାଙ୍କୁ ଦଳର ନେତୃତ୍ୱ ଦିଆଯାଇଛି । ୧୫ ଜଣିଆ ଟିମରୁ କିଛି ଅନୁଭବୀ ଖେଳାଳୀଙ୍କୁ ବାଦ୍ ଦିଆଯାଇଥିବା ବେଳେ କିଛି ନୂଆ ଚେହେରାଙ୍କୁ ସାମିଲ କରାଯାଇଛି । ଫିନ୍ ଏଲନ ଟିମ୍ ସେଫର୍ଟ, କାଇଲି ଜେମିସନ, ଓ ଆଡାମ ମିଲନ୍ସଙ୍କ ଭଳି  ଖେଳାଳୀଙ୍କୁ ଦଳରେ ସ୍ଥାନ ମିଳିନାହିଁ । ସେହିଭଳି ଭାରତୀୟ ବଂଶୋଦ୍ଭବ ରଚିନ ରବୀନ୍ଦ୍ର ଓ ହଂକଂ ପାଇଁ ଖେଳିଥିବା ମାର୍କ ଚାପମ୍ୟାନଙ୍କୁ ୧୫ ଜଣିଆ ଟିମରେ ସାମିଲ କରାଯାଇଛି । ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ପଡିଥିବା ଟ୍ରେଣ୍ଟ ବୋଲ୍ଟଙ୍କୁ ବିଶ୍ୱକପ ଦଳରେ ସ୍ଥାନ ମିଳିଛି । ଉଭୟ ୱିଲିୟମସନ ଓ ଟିମ୍ ସାଉଦିଙ୍କର ଏହା ଚତୁର୍ଥ ବିଶ୍ୱକପ ଥିବା ବେଳେ ରଚିନ୍ ରବୀନ୍ଦ୍ର, ମାର୍କ ଚାପମ୍ୟାନ୍, କନୱେ, ଗ୍ଲେନ ଫିଲିପ୍ସ ଓ ୱିଲ୍ ୟଙ୍ଗଙ୍କର ଏହା ପ୍ରଥମ ବିଶ୍ୱକପ୍ । ଗତ ୨ଟି ବିଶ୍ୱକପରେ ନ୍ୟୁଜିଲାଣ୍ଡ ଟିମ୍ ଫାଇନାଲକୁ ଯାଇଥିଲେ ମଧ୍ୟ ବିଶ୍ୱକପ ଜିତି ପାରିନାହିଁ ।

author

Related Articles

Leave a Reply

Your email address will not be published. Required fields are marked *