ଆସନ୍ତା ସେପ୍ଟେମ୍ବର ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେସନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେସନ 5 ଦିନ ଧରି ଚାଲିବ ଏବଂ ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ପାସ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ରାଜନୀତି ମଧ୍ୟ ଦେଖା ଦେଇଛି । ହେଲେ ଏହା ଭିତରେ ଏକ ବଡ ଖବର ସାମନା କୁ ଆସିଛି ଯେ ସଂସଦ ଭବନର କର୍ମଚାରୀଙ୍କ ଡ୍ରେସ୍ କୋଡ ବଦଳିପାରେ । ନୂଆ ସଂସଦ ଭବନରେ ନୂଆ ପୋଷାକ ରେ ନଜର ଆସିବେ କର୍ମଚାରୀ । ଯେଉଁଥିରେ ଭାରତୀୟତାର ଝଲକ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ତେବେ ମିଳିଥିବା ସୂଚନା ମୁତାବକ, ଟେବଲ ଅଫିସର, ନୋଟିସ୍ କାର୍ଯ୍ୟାଳୟ, ସଂସଦୀୟ ରିପୋର୍ଟିଂରେ କାମ କରୁଥିବା ଅଧିକାରୀମାନେ ପଦ୍ମ ଫୁଲ ଆକୃତିର ସାର୍ଟ ପିନ୍ଧିପାରନ୍ତି । ସେହିପରି ଉଭୟ ଲୋକସଭା ଏବଂ ରାଜ୍ୟସଭାର ମାର୍ଶଲମାନେ ମୁଣ୍ଡରେ ମଣିପୁର ଟୋପି ପିନ୍ଧିପାରନ୍ତି । ଏବଂ ମହିଳା କର୍ମଚାରୀମାନେ ନୂଆ ଡିଜାଇନର ଶାଢୀରେ ନଜର ଆସିପାରନ୍ତି ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
କୋବି କିଆରୀରେ ବାଘ
- November 16, 2024
ଆଜି ଜାତୀୟ ପ୍ରେସ୍ ଦିବସ….
- November 16, 2024