ଲଗାତାର ୬ବର୍ଷ ହେଲା ବିଭିନ୍ନ ବିଶ୍ୱବିଦ୍ୟାଳୟଓ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନକୁ ବନ୍ଦ କରୁଛନ୍ତି ରାଜ୍ୟ ସରକାର । ଆଗକୁ ସାଧରଣ ନିର୍ବାଚନ ଥିବାରୁ ଛାତ୍ର ସଂସଦ ନିର୍ବାଚନ କରି ଛାତ୍ର ଓ ଯୁବ ସଂଙ୍ଗଠନରେ ଫାଟ ସୃଷ୍ଟି କରିବାକୁ ସରକାର ଚାହୁଁ ନାହାନ୍ତି । ତେଭୁ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ କ୍ୟାମ୍ପସ ନିର୍ବାଚନ ନକରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ । ଏହି କ୍ୟାଲେଣ୍ଡରରେ କେତେ ଦିନ ପାଠପଢା ହେବ, ଛୁଟି ରହିବ ସହୁ ଉଲ୍ଲେଖ ଥିବା ବେଳେ ନିର୍ବାଚନ ହେବାର କୌଣସି ସୂଚନା ନାହିଁ । ତେବେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ଓ ୟୁଜିର ପାଠ୍ୟକ୍ରମ ଆରମ୍ଭ ହୋଇଗଲାଣି । ଅକ୍ଟୋବରରେ (୧,୩,୫) ସେମିଷ୍ଟାର ପରୀକ୍ଷା ହେବ ସହ ଫେବ୍ରୁଆରୀରେ (୨,୪,୬) ସେମିଷ୍ଟାରର ପରୀକ୍ଷା କରାଯିବ । ତେବେ ଚଳିତ ଶିକ୍ଷାବର୍ଷରେ ୧୮୦ ଦିନ ପାଠପଢା ରହିଥିବା ବେଳେ ୭୨ଟି ଛୁଟି ଦିବସ ରହିଛି । ତେବେ ୨୦୧୭ରେ ଶେଷଥର ପାଇଁ ଓଡିଶାରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024
କୋବି କିଆରୀରେ ବାଘ
- November 16, 2024