‘ଡ୍ରାଗନ ଗାର୍ଲ’ ଅମ୍ବର ଲ୍ୟୁକ

‘ଡ୍ରାଗନ ଗାର୍ଲ’ ଅମ୍ବର ଲ୍ୟୁକ


ବିଭିନ୍ନ ଲୋକଙ୍କର ରହିଛି ଭିନ୍ନ ଭିନ୍ନ ନିଶା, କିଏ ଖାଇବାକୁ ଭଲ ପାଏ ତ ଆଉ କିଏ ପୋଷାକ ପିନ୍ଧିବାକୁ ଭଲପାଏ । କିନ୍ତୁ ଏପରି କିଛି ଲୋକ ଅଛନ୍ତି ତାଙ୍କର ନିଶା ଭିନ୍ନ ଭିନ୍ନ । ତେବେ ଆପଣ ଜାଣିଥିଲେ ଆଗକାଳରେ ଚିତାକୁଟା ବା ଟାଟୁ କରିବାକୁ ଲୋକଙ୍କୁ ପସନ୍ଦ ଆସୁଥିଲ । ଶରୀରରେ ବିଭିନ୍ନ ଚିତ୍ର କୁ ରଙ୍ଗ ଦେଇ ଶରୀରକୁ ଆକୃତି କରିଥିଲେ । କୁହାଯାଏ ଅଷ୍ଟ୍ରେଳିଆରେ ସର୍ବାଧିକ ଏହି ଟାଟୁ କରିବାକୁ ମହିଳା ମାନେ ପସନ୍ଦ କରିଥାନ୍ତି । ତେବେ ଏମିତି ଜଣେ ମହିଳା ରହିଛନ୍ତି ଯିଏ ତାଙ୍କର ସର୍ବାଙ୍ଗ ଶରୀରରେ ଟାଟୁ କରିଛନ୍ତି । ଅଷ୍ଟ୍ରେଳିଆର ୨୮ ବର୍ଷୀୟା ଅମ୍ବର ଲ୍ୟୁକଙ୍କର ୯୮ ପ୍ରତିଶତ ଶରୀରରେ ଭରି ରହିଛି ଟାଟୁ । ଜିହ୍ନା, ଆଖିଡୋଳା ଆଦି ସ୍ଥାନରେ ଟାଟୁ କରିବାକୁ ତାଙ୍କୁ ୨.୮ ଲକ୍ଷ ଡଲାର ବା ୨ କୋଟି ୩୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । ଶରୀର ସାରା ଟାଟୁ କରିଥିବାରୁ ସେ ସମାଲୋଚନାର ଶୀକାର ହେବା ସହ କୌଣସି କର୍ମସଂସ୍ଥାନରେ ନିଯୁକ୍ତି ପାଇବାରେ ମଧ୍ୟ ଅସୁବିଧା ହେଉଛି । ଲ୍ୟୁକ୍ କିନ୍ତୁ ନିଜର ଅଭିଲାଷ ପୂରଣ କରି ଖୁସି ଅଛନ୍ତି ବୋଲି କହନ୍ତି । ଇଣ୍ଟରନେଟରେ ତାଙ୍କୁ ଡ୍ରାଗନ ଗାର୍ଲ ବୋଲି ମଧ୍ୟ କୁହାଯାଏ । ଶରୀରର ବାକି ସ୍ଥାନରେ ମଧ୍ୟ ଟାଟୁ କରିବାକୁ ସେ ଆଶା ରଖିଛନ୍ତି । ଏହି ଟାଟୁ ସବୁ ତାଙ୍କ ପରିଚୟକୁ ସୁଟ୍ କରେ ବୋଲି ସେ କହିଛନ୍ତି

author

Related Articles

Leave a Reply

Your email address will not be published. Required fields are marked *