ପ୍ରଳୟଙ୍କାରୀ ବନ୍ୟାରେ ଛାରଖାର ଲିବ୍ୟା

ପ୍ରଳୟଙ୍କାରୀ ବନ୍ୟାରେ ଛାରଖାର ଲିବ୍ୟା


ଗତ କିଛି ଦିନ ତଳେ ଲିବ୍ୟାରେ ଦେଖିବାକୁ ମିିଳିଥିଲା ବନ୍ୟା,ବାତ୍ୟର ବିପାତ । ଏହି ଭୟଙ୍କର ପ୍ରଳୟଙ୍କାରୀ ବନ୍ୟା ପ୍ରଭାବରୁ ମୃତ୍ୟୁସଂଖ୍ୟା ୬ହଜାର ଟପିଲାଣି । ଏଯାବତ ୧୦ହଜାର ଲୋକଙ୍କ ପତ୍ତା ମିଳୁନି । ବନ୍ଦର ସହର ଡେର୍ନା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ୨ଟି ଡ୍ୟାମ ଭୁଶୁଡି ଯିବାରୁ ଚାରିଆଡେ ଦେଖୀବାକୁ ମିଳୁଛି କୁଡ କୁଡ ଶବ । କୋଭିଡ ମହାମାରୀଠୁ ବି ବନ୍ୟା ବେଶି ପ୍ରଳୟଙ୍କାରୀ । ମୃତକଙ୍କ ପରିଚୟ ମିଳିବା ଆଗରୁ ସେମାନଙ୍କୁ ପୋତି ଦିଆଯାଉଛି । ହଜାର ହଜାର ଶବକୁ ଗଣ କବର ଦିଆଯାଉଛି । ବନ୍ୟାରେ ଦେଖିବାକୁ ମିଳିଛୁ ସମୁଦ୍ର ମର ଶରୀରକୁ କୂଳରେ ଆଣି ଫୋପାଡି ଦେଉଛି । ଲିବ୍ୟାରେ ମୃତ୍ୟୁର ତାଣ୍ଡବ ଏତେ ଭୟଙ୍କର ଯେ, ସେଥିପାଈ ପଡୋଶୀ ରାଷ୍ଟ୍ର ଲିବ୍ୟାକୁ ସହାୟତାର ହାତ ବଢାଇଛି । ଜର୍ମାନୀ, ରୋମାନିଆ ଏବଂ ଫିନଲାଣ୍ଡ୍, ଇଟାଲି ଏବଂ ଜୋର୍ଡାନ ସହଯୋଗ ପଠାଯାଇଛି ବୋଲି ୟୁରୋପୀୟ ରାଷ୍ଟ୍ରସଂଘ କହିଛି। ଫ୍ରାନ୍ସ ନିଜ ଡାକ୍ତର ମାନଙ୍କୁ ପଠାଇଛି ଯାହା ଦ୍ୱାରା ଆହତ ମାନଙ୍କର ଚିକିତ୍ସା କରାଯାଇପାରିବ ।

author

Related Articles

Leave a Reply

Your email address will not be published. Required fields are marked *