ଜିଓ ବାଇଡେନ ଙ୍କ ପୁଅକୁ ହୋଇପାରେ ଜେଲ

ଜିଓ ବାଇଡେନ ଙ୍କ ପୁଅକୁ ହୋଇପାରେ ଜେଲ

ବେଆଇନ୍ ଭାବେ ବନ୍ଧୁକ ରଖିବା ଓ ବନ୍ଧୁକ କିଣିବା ସମୟରେ ଭୁଲ ତଥ୍ୟ ଦେବା, ଏବଂ ଟ୍ୟାକ୍ସ ଫାଙ୍କିବା ଭଳି ଏକାଧିକ ଅଭିଯୋଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ୍ ଏବେ ଆଇନ ଘେରରେ । ସୂଚନା ଅନୁଯାୟୀ ୨୦୧୮ରେ ଡେଲାବେୟର କଲ୍ଟ କୋବ୍ରା ସ୍ପେଶାଲ ଷ୍ଟୋରରୁ ବନ୍ଧୁକ କିଣିବା ସମୟରେ ତାଙ୍କୁ ଯେଉଁ ଫର୍ମ ପୂରଣ କରିବାକୁ ଦିଆଯାଇଥିଲା ସେଥିରେ ସେ ଭୁଲ ତଥ୍ୟ ଦେଇଥିଲେ । ସେ ଡ୍ରଗ୍ସ ନେଉନଥିବା ଫର୍ମରେ ଲେଖିଥିବାବେଳେ ସେ ସମୟରେ ସେ ଡ୍ରଗ୍ସ ଅଭ୍ୟାସରେ ଥିଲେ । ତାଙ୍କ ବିରୋଧରେ ୱାଶିଂଟନ୍ କିମ୍ବା କାଲିଫର୍ଣ୍ଣିଆରେ ଖୁବଶୀଘ୍ର ମାମଲା ଦାଏର ହୋଇପାରେ ବୋଲି କହିଛନ୍ତି ମାମଲାର ଯାଞ୍ଚ କରୁଥିବା ସ୍ପେଶାଲ କାଉନସିଲ । ସବୁ ମାମଲାରେ ସଙ୍ଗୀନ ଭାବେ ଫଶିଛନ୍ତି ହଣ୍ଟର ବାଇଡେନ୍ । ଟ୍ୟାକ୍ସ ଫାଙ୍କିବା ଅପରାଧରେ ତାଙ୍କୁ ୧୨ରୁ ୧୮ ମାସ ଜେଲ ଦଣ୍ଡ ମିଳିପାରେ । ସେ କୌଣସି ସମୟରେ ଜେଲ ଯାଇପାରନ୍ତି ।

author

Related Articles