ଗେଟ୍ ପରେ ଗେଟ୍ ଖୋଲିଚାଲିଛି ହୀରାକୁଦ ଜଳଭଣ୍ଡାର

ଗେଟ୍ ପରେ ଗେଟ୍ ଖୋଲିଚାଲିଛି ହୀରାକୁଦ ଜଳଭଣ୍ଡାର


ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାର ଲାଗିଛି । ଯାହାର ପ୍ରଭାବରେ ହୀରାକୁଦ ଆଉ ୬ଟି ଗେଟ୍ ଦେଇ ଜଳ ନିଷ୍କାସିତ କରାଯାଉଛି । ପୂର୍ବରୁ ୧୩ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ବର୍ତ୍ତମାନ ୨୦ଟି ଗେଟ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ କରାଯାଉଛି । ବୁଧବାର ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିବା ବେଳେ ଗୁରୁବାର ଦୁଇଟି ପର‌୍ୟ୍ୟାୟରେ ଆହୁରି ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା । ବୁଧବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୮.୩୧ ଫୁଟ୍ ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟାରେ ୬୨୮.୫୮ ଫୁଟ୍ରେ ପହଞ୍ଚିଥିଲା । ଆଗକୁ ବର୍ଷାର ସ୍ଥିତି ପରଖି ପୁଣି ଗେଟ ଖୋଲାଯିବ ନାଁ ବନ୍ଦ କରାଯିବ ଏନେଇ ହୀରାକୁଦ ଜଳଭଣ୍ଡାର ନିଷ୍ପତ୍ତି ନେବ ।

author

Related Articles

Leave a Reply

Your email address will not be published. Required fields are marked *