ଆସିଲା ବେଆଇନ ଜମି ହଡପ ର ସତ୍ୟାସତ୍ୟ ପ୍ରମାଣ

ଆସିଲା ବେଆଇନ ଜମି ହଡପ ର ସତ୍ୟାସତ୍ୟ ପ୍ରମାଣ

କିଛିଦିନ ତଳେ ଭୁବନେଶ୍ୱର ଡେରାସରେ ତ୍ରିବେଣୀ ଆର୍ଥ ମୁଭସର ବେଆଇନ ଭାବେ ଶହ ଶହ ଏକର ଜମି ଜବରଦଖଲ ଅଭିଯୋଗ ଆଣିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ । ଯାହାକୁ ନେଇ ସାଂସଦ ବାରମ୍ବାର ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିବା ସହ ନିଜେ ଘଟଣାସ୍ଥଳକୁ ଯାଇ ଜବରଦଖଲ ଜମି ଉପରେ ନିର୍ମାଣ ହୋଇଥିବା ସରକାରୀ କେନାଲ କୁ ଖୋଳି ବାହାର କରିଥିଲେ । କିନ୍ତୁ ଏବେ ସାମନା୍ କୁ ଆସିଛି ଏହି ଘଟଣା ର ଆଉ ଏକ ସତ୍ୟ । ଡେରାସ ରେ ତାମିଲ ବ୍ୟବସାୟୀ  ବି ପ୍ରଭକରନ ଙ୍କ ପତ୍ନୀ କିରୁଥିକା ପ୍ରଭାକରଙ୍କ ନାମରେ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡାର ରମେଶ ଚନ୍ଦ୍ର ଦାସ । ଏନେଇ ଭୁବନେଶ୍ୱର ସାସଂଦ ଅପରାଜିତା ଷଡଙ୍ଗୀ ଙ୍କୁ ଚିଠି ରେ ଜମି ହଡପ କଳାକାର୍ନାମା ର ଉଲ୍ଲେଖ କରିଛନ୍ତି ଯାହାକୁ ଟ୍ୱିଟ କରିଛନ୍ତି ସାଂସଦ ।

ରମେଶ ଙ୍କ ଅଭିଯୋଗ ଅନୁଯାୟୀ ଭୁବନେଶ୍ୱର ଭଗବତୀ ମୌଜାର 482 ଡେସିମିଲ ଜାଗା ତାଙ୍କ ପୁଅ 2009 ମସିହା ରେ କିଣିଥିଲେ ଯାହା ତାଙ୍କ ବୋହୂ ଗାୟତ୍ରୀ ଅଧିକାରୀ ଦାସଙ୍କ ନାଁ ରେ ଥିଲା । କୋଭିଡ ରେ ତାଙ୍କ ପୁଅର ମୃତ୍ୟୁ ହୋଇଥିଲା । ପରେ ଋଣ ସୁଝିବା ପାଇଁ ଜମିକୁ ବିକ୍ରି କରିବା ପାଇଁ ଚିନ୍ତା କରିଥିଲେ ରମେଶ । ଖୋଳତାଡ ପରେ ଜାଣିବାକୁ ପାଇଲେ ଯେ କେହି ଜଣେ ତ୍ରିବେଣୀ ଆର୍ଥ ମୁଭସର ବି ପ୍ରଭାକରନ ତାଙ୍କ ଜମିକୁ ହାତେଇଛନ୍ତି । ପରେ ପ୍ରଭାକରନ ବିଭିନ୍ନ ପ୍ରକାର ଲୋଭ ଦେଖାଇ ସୁଦ୍ଧା ରମେଶ କୁ ରାଜି କରାଇ ପାରି ନଥିଲେ । ରମେଶଙ୍କ ଅଭିଯୋଗ କେହି ଶୁଣୁନଥିବାରୁ ସେ ଏବେ ସାଂସଦ ଙ୍କ ସାହାର୍ଯ୍ୟ ଲୋଡିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ଜମି ହେରଫେର ମାମଲା କାହା ସପକ୍ଷରେ ରହିବ ? କିଏ ପାଇବ ଜମି, ରମେଶ ନା ପ୍ରଭାକରନ୍ ?

author

Related Articles

Leave a Reply

Your email address will not be published. Required fields are marked *