ନିର୍ବାଚନ ଲଢିବେନି ଦାଗୀ ସାଂସଦ

ନିର୍ବାଚନ ଲଢିବେନି ଦାଗୀ ସାଂସଦ

ଗୁରୁବାର ଓଡିଶା ସମେତ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ଦାଗୀ ବିଧାୟକଙ୍କ ବିଚାର ଚାଲିଛି । ବିଚାରଧିକ ଥିବା ଅପରାଧିକ ମାମଲାରେ ଓଡିଶା ଦେଶର ୪ର୍ଥ ସ୍ଥାନରେ ରହିଛି । ପ୍ରଥମରେ ଉତ୍ତରପ୍ରଦେଶ, ୨ୟରେ ବିବାର ୩ୟରେ ମହାରାଷ୍ଟ୍ର ରହିଛି । ତେବେ ଅପରାଧିକ ମାମଲା କାରଣରୁ ସବୁଦିନ ପାଇଁ ନିର୍ବାଚନ ଲଢିବେନି ଦାଗୀ ସାଂସଦ ଓ ବିଧାୟକ ମାନେ । ସେମାନଙ୍କର ଅପରାଧ ଅକ୍ଷମଣୀୟ । ସେମାନ ସମସ୍ତଙ୍କୁ ସ୍ଥାୟୀ ରୂପେ ଅଯୋଗ୍ୟ କରିବା ଆବଶ୍ୟକ । ସୁପ୍ରିମକୋର୍ଟର ଆମିକସ କ୍ୟୁରି ବିଜୟ ହଂସାରିଆ ତାଙ୍କ ଉନବିଂଶତମ ରିର୍ପୋଟରେ ଏହାକୁ ସମର୍ଥନ କରିଛନ୍ତି । ଏହା ପୂର୍ବରୁ ଏହି କ୍ଷେତ୍ରରେ କେବଳ ୬ବର୍ଷର ପ୍ରାବଧାନ ଥିଲା । ଏହା ସମ୍ଭିଧାନର ଅନୁଚ୍ଛେଦ ୧୪କୁ ଉଲ୍ଲଘନ କରୁଛି ବୋଲି ସେ ନିଜ ରିର୍ପୋଟରେ ପ୍ରକାଶ କରିଛନ୍ତି । ୨୦୧୬ରୁ ଅପରାଧିକ ରିଟ ପିଟିସନର ଶୁଣାଣି ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଚାଲିଛି । ଏହି ଜନପ୍ରତିନିଧି ଆଇନ ୧୯୫୭ ସେକ୍ସନ ୮ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଂଜ କରିଛି । ସେ ଏବେ ସୁଦ୍ଧା ୨୦ଟି ରିର୍ପୋଟ ଦେଇସାରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *