ଫାଇନାଲରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ

ଫାଇନାଲରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ


ଚଳିତ ଏସିଆ କପ୍‌ର ଫାଇନଲରେ ମୁହାଁମୁହୁଁ ହେବେ ଭାରତ-ଶ୍ରୀଲଙ୍କା । ରବିବାର ଅପରାହ୍ନ୩ଟାରେ କଲମ୍ବୋର ଆର୍ ପ୍ରେମଦାସୀ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଟିତ ହେବ । ଗୁରୁବାର ଦିନ ହୋଇଥିବା ସୁପର-୪ରେ ଶ୍ରୀଲଙ୍କାକୁ ୨ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା । ଆଜି ଅପରାହ୍ନରେ ୩ଟାରେ ଭାରତ-ବାଂଲାଦେଶ ମୁହାଁମୁହିଁ ହେବେ । ଦଳର ବ୍ୟାଟର ଶ୍ରେୟସ ଆୟର ଦଳକୁ ଫେରିଛନ୍ତି । ସୁପର-୪ରେ ୨ଟି ଯାକ ମ୍ୟାଚ ଜିତି ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ପକ୍କା କରିଛି । ବାଂଲାଦେଶ ପ୍ରଥମ ୨ଟି ମ୍ୟାଚରେ ପରାସ୍ତ ହୋଇ ଫାଇନାଲ ଦୌଡରୁ ବାଦ ପଡିଛି । ଏହି ମ୍ୟାଚକୁ କେବଳ ବିଶ୍ୱକପ ପୂର୍ବରୁ ନିଜର ସାମର୍ଥ୍ୟ ପରୀକ୍ଷା କରିବାକୁ ଖେଳିବ ।

author

Related Articles

Leave a Reply

Your email address will not be published. Required fields are marked *