ପାକିସ୍ତାନକୁ ୟୁଏଇ ଉପପ୍ରଧାନମନ୍ତ୍ରୀଙ୍କ ବଡ ଝଟକା

ପାକିସ୍ତାନକୁ ୟୁଏଇ ଉପପ୍ରଧାନମନ୍ତ୍ରୀଙ୍କ ବଡ ଝଟକା

ପାକିସ୍ତାନକୁ ବଡ ଝଟକା ଦେଇଛନ୍ତି ୟୁଏଇର ଉପ-ପ୍ରଧାନମନ୍ତ୍ରୀ ସୈଫ ବିନ୍ ଜାଏଦ ଅଲ ନାହାନ । ସେ ଭାରତ-ମଧ୍ୟପୂର୍ବ-ୟୁରୋପ ଇକୋନୋମିକ  କରିଡରର ଏକ ଭିଡିଓରେ ମାନଚିତ୍ର ଦେଖାଇ PoK ଏବଂ ଆକସାଇ ଚିନକୁ  ଭାରତର ଏକ ଅଂଶ ଭାବରେ ଦର୍ଶାଇଛନ୍ତି। ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର(PoK)କୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ୟୁଏଇର ଡେପୁଟି ପ୍ରଧାନମନ୍ତ୍ରୀ PoKକୁ ଭାରତର ଏକ ଅଂଶ ଭାବରେ ଦର୍ଶାଇଛନ୍ତି ।

ୟୁଏଇର ଉପ-ପ୍ରଧାନମନ୍ତ୍ରୀ ସୈଫ ବିନ୍ ଜାଏଦ ଅଲ ନାହାନ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସମଗ୍ର ଜାମ୍ମୁ କାଶ୍ମୀରକୁ ଭାରତର ଏକ ଅଂଶ ଭାବରେ ଦର୍ଶାଯାଇଛି । ପାକିସ୍ତାନ ଅଧିକୃତ କାଶ୍ମୀର (PoK )କୁ ନେଇ ପାକିସ୍ତାନ ଚଳାଇଥିବା ଅପପ୍ରଚାର ବିଫଳ ହୋଇଛି। ପାକିସ୍ତାନର ପୂର୍ବତନ ସହଯୋଗୀ  ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟ PoK କୁ  ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ୱୀକାର କରିଛି । କିଛିବର୍ଷ ହୋଇଯିବ ୟୁଏଇ କାଶ୍ମୀରରେ ପୁଞ୍ଜି ବିନିଯୋଗ କରି ଆସୁଛି । ୨୦୧୯ ରେ ଜାମ୍ମୁ କାଶ୍ମୀର ପାଇଁ ବିଶେଷ ରାଜ୍ୟ ମାନ୍ୟତା ଛାଡ ଘୋଷଣା ହେବାପରେ ଏମ୍ମାର୍ କମ୍ପାନୀ ଦୁବାଇ ସ୍ଥିତ ୟୁଏଇର ରିଏଲ୍ ଇଷ୍ଟେଟ୍ ବିକାଶକାରୀ ‘ଏମ୍ମାର୍’ ଶ୍ରୀନଗରରେ ୧ ମିଲିୟନ୍ ବର୍ଗଫୁଟର ଏକ ମେଗା-ମଲରେ ପୁଞ୍ଜି ବିନିଯୋଗ କରିଥିବା ପ୍ରଥମ ବିଦେଶୀ କମ୍ପାନୀ ଅଟେ । ଆହୁରି ମଧ୍ୟ ପାକିସ୍ତାନ କାଶ୍ମୀର କୁ ନେଇ ଅପପ୍ରଚାର କରୁଛି ବୋଲି କହିଛନ୍ତି । pok  ରେ ଲୋକମାନେ ଖାଦ୍ୟ ଅଭାବ ଏବଂ ଅତ୍ୟଧିକ ଟିକସ ବିରୋଧରେ ରାଜରାସ୍ତାକୁ ଓଲହାଇଛନ୍ତି । ଏହି ସବୁ ସମସ୍ୟା ପାଇଁ ଲୋକମାନେ ପାକିସ୍ତାନକୁ ଦାୟୀ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *