ବିବାହ ବନ୍ଧନ ରେ ବାନ୍ଧି ହେବେ ରାଘବ ଓ ପରିଣୀତି

ବିବାହ ବନ୍ଧନ ରେ ବାନ୍ଧି ହେବେ ରାଘବ ଓ ପରିଣୀତି

ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ଆପ ସାଂସଦ ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ରାଜସ୍ଥାନର ଉଦୟପୁର ଲୀଲା ପ୍ୟାଲେସରେ ତାଙ୍କ ବାହାଘର ହେବା ନେଇ ସୂଚନା ମିଳିଛି । ୨୨ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପୂରା ତାଜ ପ୍ୟାଲେସକୁ ବୁକ କରାଯାଇଛି । ଏବେ ଏମାନଙ୍କ ବିବାହ ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିଛି । ସଂଗୀତ,ମେହେନ୍ଦୀ ଓ ବାହାଘର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଭିନ୍ନ ଭିନ୍ନ ନିମନ୍ତ୍ରଣ ପତ୍ର କରାଯାଇଛି । ସେପ୍ଟେମ୍ବର ୨୪ରେ ବିବାହ ପରେ ସେପ୍ଟେମ୍ବର ୩୦ ତାରିଖରେ ଦିଲ୍ଲୀରେ ଭୋଜି କରାଯିବ । ରାଘବ ବିରୋଧୀ ଇଣ୍ଡିଆ ମେଣ୍ଟର ଜଣେ ପ୍ରମୁଖ ନେତା ଅଟନ୍ତି ତେଣୁ ତାଙ୍କ ବିବାହରେ ବହୁ ରାଜନେତା ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି । ସେହିପରି ପରିଣୀତି ପାଇଁ ବଲିଉଡର ବହୁ ସେଲିବ୍ରେଟି ଯୋଗ ଦେବେ ବୋଲି ଆଶା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *