ପୂଜା କୁ ଦୃଷ୍ଟି ରେ ରଖି କଡା ନିଷ୍ପତି ନେଇଛି ଭୁବନେଶ୍ୱର ପୋଲିସ

ପୂଜା କୁ ଦୃଷ୍ଟି ରେ ରଖି କଡା ନିଷ୍ପତି ନେଇଛି ଭୁବନେଶ୍ୱର ପୋଲିସ

ଆଗକୁ ଆସୁଛି ବିଘ୍ନଦାତା ଶ୍ରୀଗଣେଶଙ୍କ ପୂଜା ଓ ମାଆ ଦୁର୍ଗାଙ୍କ ପୂଜା । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପୋଲିସ ବହୁ ନିୟମ ଲାଗୁ କରିଛନ୍ତି । ଦାଦାବଟି ଆଦାୟ କଲେ କଡା କାର୍ଯ୍ୟାନୁଷ୍ଠାନ ନେବ ଭୁବନେଶ୍ୱର ପୋଲିସ । ଯଦି କେଉଁଠାରେ ପୂଜା ଚାନ୍ଦା ମଗାଯାଏ ତେବେ ତୁରନ୍ତ କମିଶନରେଟ୍ ପୋଲିସକୁ ଜଣାଇବାକୁ କହିଛନ୍ତି ଡିସିପି । ଏଥିପାଇଁ ପୋଲିସ ପକ୍ଷରୁ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର ୭୦୭୭୭୯୮୧୧୧ । ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା କୁ ଗୋପନ ରଖାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

author

Related Articles

Leave a Reply

Your email address will not be published. Required fields are marked *