ବନ୍ଦ ହେଲା ଲଣ୍ଡନରେ ଥିବା ଇଣ୍ଡିଆ କ୍ଲବ

ବନ୍ଦ ହେଲା ଲଣ୍ଡନରେ ଥିବା ଇଣ୍ଡିଆ କ୍ଲବ

ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସହ ଜଡିତ ଲଣ୍ଡନରେ ଥିବା ଇଣ୍ଡିଆ କ୍ଲବ ଆଜିଠାରୁ ସ୍ଥାୟୀଭାବେ ବନ୍ଦ କରାଯାଇଛି । ଏହି କ୍ଲବ ଲଣ୍ଡନରେ ରହିଥିଲେ ବି ଭାରତ ସହ ଏହା ସଂପର୍କ ବେଶ ନିବିଡ ଥିଲା । ଗୋଟିଏ ସମୟରେ ବିଦେଶରେ ଭାରତୀୟମାନଙ୍କ ପାଇଁ ଘର ଥିଲା ଏହି କ୍ଲବ । ଏହାର ସଂସ୍ଥାପକ କୃଷ୍ଣା ମେନନ, ବ୍ରିଟେନରେ ସ୍ୱତନ୍ତ୍ର ଭାରତର ପ୍ରଥମ ଉଚ୍ଚାୟୁକ୍ତ ଥିଲେ । ପାର୍ସୀ ବଂଶୋଦ୍ଭବ ଯାଦଗର ମାର୍କର ତାଙ୍କ ପତ୍ନୀ ଫ୍ରାନି ଓ ଝିଅ ଫରୋଜାଙ୍କ ସହ ମିଶି ଏହି ରେଷ୍ଟୁରାଣ୍ୟ ଚଳାଉଛନ୍ତି । ସେ ୧୯୯୭ ମସିହାରେ ଏହି ରେଷ୍ଟୁରାଣ୍ଟର ମାଲିକାନା ହାସଲ କରିଥିଲେ । କ୍ଲବର ମ୍ୟାନେଜର ଫିରୋଜ ମାର୍କର କହିଛନ୍ତି , ଯେତେବେଳେ ଆମେ ଏହାକୁ ବନ୍ଦ କରିବାକୁ ସ୍ଥିର କଲୁ ତା ପରେ ଏଠାକୁ ଆସୁଥିବା ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ‘ଆମେ ଏହାକୁ ଏଠାରେ ବନ୍ଦ କରୁଛୁ କିନ୍ତୁ ଇଣ୍ଡିଆ କ୍ଲବର ସ୍ଥାନାନ୍ତର କରିବା ପାଇଁ ନୂଆ ସ୍ଥାନ ଖୋଜୁଛୁ ।

author

Related Articles

Leave a Reply

Your email address will not be published. Required fields are marked *