ପଂଚଭୂତରେ ଲୀନ ହେବେ ଗୀତା ମେହେଟା

ପଂଚଭୂତରେ ଲୀନ ହେବେ ଗୀତା ମେହେଟା


ଶନିବାର ଦିନ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିଲା । ସେ ଏକାଦାରରେ ଜଣେ ଚଳଚିତ୍ର ନିର୍ମାତା, ଲେଖିକା, ସାମ୍ବାଦିକା । ତେବେ ଆଜି ତାଙ୍କର ଶେଷକୃତ୍ୟ ହେବ । ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୀତାଙ୍କ ଶେଷଦର୍ଶନ କରିଥିଲେ । ତାଙ୍କର ପାର୍ଥିବ ଶରୀରକୁ ଶେଷଦର୍ଶନ ପାଇଁ ଏ.ପି.ଜେ. କଲାମ ମାର୍ଗ ସ୍ଥିତ ତାଙ୍କ ବାସଭବନରେ ରଖାଯାଇଛି । ଶୋକାକୂଳ ପରିବେଶରେ ବଡଭାଇ ପ୍ରେମ ପଟ୍ଟନାୟକଙ୍କ ସମେତ ପରିବାରର ଅନ୍ୟ ଆତ୍ମୀୟ ସ୍ୱଜନ ଓ ସଂପର୍କୀୟମାନେ ପାର୍ଥିବ ଶରୀର ନିକଟରେ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଭଉଣୀର ମୃତ୍ୟୁକୁ ନେଇ ସମେବେଦନା ସହ ଦୁଃଖ ପ୍ରକାଶ କରିଛନ୍ତି । ଗୀତା ମେହେଟାଙ୍କ ଶେଖଦଶଙନ ପାଇଁ ବିଜେଡି ସାଂସଦ ପିନାକୀ ମିଶ୍ର, ଅନଙ୍ଗ ଉଦୟ ସିଂହଦେଓ, ତାଙ୍କ ପତ୍ନୀ, ପୁଅ, ତଥା ବିଶିଷ୍ଟ ଚିତ୍ରକର ଯତୀନ ଦାସ ପ୍ରମୁଖ ତାଙ୍କ ବାସଭବନରେ ଉପସ୍ଥିତ ଥିଲେ । ତେବେ ଗୀତାଙ୍କ ପୁଅ ଆଦିତ୍ୟ ସିଂ ମେହେଟାଙ୍କ ଦ୍ୱାରା ଅନ୍ତିମ ସଂସ୍କାର କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *