ବର୍ଷାରେ ଭିଜିବ ଗଣେଶ ପୂଜା

ବର୍ଷାରେ ଭିଜିବ ଗଣେଶ ପୂଜା


ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି ଘୂର୍ଣ୍ଣବଳୟ ଲଘୁଚାପର ରୂପ ନରବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନାନୁସାରେ ଆସନ୍ତା ୨୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ ନେଇ ଆଶଙ୍କା ରହିଛି । ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି, ମୟୁରଭଂଜ ଓ ଲକେନ୍ଦୁଝର ଆଦି ଜିଲ୍ଲାରେ ବିଜୁଳି ସହ ବର୍ଷା ଘଡଘଡି ହେବାର ସମ୍ଭାବନା ରହିଛି । ୧୯ ତାରିଖ ଦିନ ଉପକୂଳ ଓ ସଂଲଗ୍ନ ଓଡିଶାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଲଘୁଚାପ ପ୍ରଭାବରେ ୨୦-୨୨ ତାରିଖ ଭିତରେ ସବୁଠାରୁ ଅଧିକ ବର୍ଷା ହୋଇପାରେ । ପୁଣି ୨୫-୨୬ ତାରିଖରେ ଉପକୂଳ ଓ ଉତ୍ତର ଆଭ୍ୟନ୍ତରରେ ବର୍ଷା ବଢିବାର ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *