ଜିରାଙ୍ଗ ବୌଦ୍ଧ ମନ୍ଦିର ଉନ୍ନତି କରଣ ନିମନ୍ତେ ଦୁଇ କୋଟି ରୁ ଉର୍ଦ୍ଧ ଅର୍ଥ ମଂଜୁର

ଜିରାଙ୍ଗ ବୌଦ୍ଧ ମନ୍ଦିର ଉନ୍ନତି କରଣ ନିମନ୍ତେ ଦୁଇ କୋଟି ରୁ ଉର୍ଦ୍ଧ ଅର୍ଥ ମଂଜୁର

ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ ବୌଦ୍ଧ ମନ୍ଦିର ଉନ୍ନତି କରଣ ସକାଶେ ରାଜ୍ୟ ସରକାର ଅର୍ଥ ମଂଜୁର ଘୋଷଣା କରିଥିବା ଯୋଗୁଁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋହନା ବ୍ଲକ ଗସ୍ତରେ ୫ ଟି ସଚିବ ଭି କେ ପାଣ୍ଡିୟାନ ଆସି ଫେରିବା ପରେ ପର୍ଯ୍ୟଟନ ସଚିବ ବାଳମୁକୁନ୍ଦ ଭୂୟାଁ ଗସ୍ତ କରି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଅନୁଧ୍ୟାନ କରି ଫେରିବା ପରେ ଜିରାଙ୍ଗ ବୌଦ୍ଧ ମନ୍ଦିର ର ଉନ୍ନତି ସକାଶେ ରାଜ୍ୟ ସରକାର ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଘୋଷଣା କରିଛନ୍ତି। ଶୁକ୍ରବାର ଦିନ ଏହି ଘୋଷଣା ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟା ୬ ଟାରେ ଜିରାଙ୍ଗ ବୌଦ୍ଧ ମନ୍ଦିର ର ଗୁରୁଜୀ ଓ ସ୍ଥାନୀୟ ଲୋକେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *