ଆଜି ସଂସଦରେ ଆଗତ ହେବ ମହିଳା ସଂରକ୍ଷଣ ବିଲ

ଆଜି ସଂସଦରେ ଆଗତ ହେବ ମହିଳା ସଂରକ୍ଷଣ ବିଲ

ଗତକାଲି ଠାରୁ ନୂତନ ସଂସଦ ଗୃହରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଯାଇଛି । ଉଭୟ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରଖୁଥିବା ଏହି ବିଲ ଆଜି ଲୋକସଭାରେ ଆଗତ ହେବ । ଲୋକସଭାରେ ହେବାକୁ ଥିବା ଏହି ବିତର୍କରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଭିଭାଷଣ ରଖିବା ନେଇ ସୂଚନା ମିଳିଛି । ଦିନ ୧୧ଟାରେ ଏହା ଉପରେ ଆଲୋଚନା ହେବ । କଂଗ୍ରେସ ଦଳର ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ବିତର୍କର ନେତୃତ୍ୱ ନେବେ । ସୋମବାର କେନ୍ଦ୍ର କ୍ୟାବିନେଟରେ ଏହି ବିଲ ପାରିତ ହୋଇଥିଲା । ମଙ୍ଗଳବାର କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ ନୂଆ ସଂସଦ ଭବନର ପ୍ରଥମ ଅଧିବେସନରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ ଆଗତ କରିଥିଲେ । ଅନ୍ୟପକ୍ଷରେ ଏହି ବିଲ୍ ରେ ମହିଳା ଓବିସିଙ୍କ ପାଇଁ ସଂରକ୍ଷଣ ଦାବି ରହିଛି ।  

author

Related Articles

Leave a Reply

Your email address will not be published. Required fields are marked *