ଉଦ୍‌ଘାଟନ ହେଲା ‘ପ୍ରେରଣା ନ୍ୟୁଜ ଟୁଡେ’

ଉଦ୍‌ଘାଟନ ହେଲା ‘ପ୍ରେରଣା ନ୍ୟୁଜ ଟୁଡେ’

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନେତାଜୀ ରୋଡ଼ ଠାରେ ଏକ ନୂତନ ୟୁ ଟ୍ୟୁବ ଚାନେଲ “ପ୍ରେରଣା ନ୍ୟୁଜ ଟୁଡ଼େ ” ଉଦଘାଟିତ ହୋଇଯାଇଛି l ଏହାକୁ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଶୁଭ ଉଦଘାଟନ କରିଥିଲ ଲlୟନ୍ସ କ୍ଲବ ସଭାପତି ସୁନିତା ମିଶ୍ର l ସେ ଏହି ୟୁ ଟ୍ୟୁବ ଚାନେଲ ସ୍ୱଚ୍ଛ, ନିର୍ଭିକ, ନିରପେକ୍ଷ ସମ୍ବାଦ ପରିବେଷଣ କରିବକ୍ଷ ଆଶାବ୍ୟକ୍ତ କରିଛନ୍ତି l ଲୋକଙ୍କ ସମସ୍ୟା ସରକାର ନିକଟରେ ଉତଥାପନ କରିବାରେ ଏହା ସହାୟକ ହେବ l ଅନ୍ୟାନ୍ୟ ଲlୟନ୍ସ ମଧ୍ୟରେ ମାହେଶ୍ୱରୀ ଦୋରା, ଦିଲ୍ଲୀପ ଖଣ୍ଡୁଆଳ, ଶ୍ୱେତ ଦୋରା, ଅକ୍ଷୟ ମିଶ୍ର, ଭାଗିରଥି ଶତପଥୀ, ସୁକୁମାର ମାଝୀ, ଦୀପକ ଶତପଥୀ ଉପସ୍ଥିତ ଥିଲେ l ପ୍ରେରଣା ନ୍ୟୁଜ ଟୁଡ଼େ ର ଡିଜିଏମ କୃପାସିନ୍ଧୁ ସ୍ୱାଇଁ ପରିଚାଳନା କରିଥିଲେ l ସାମାଜିକ କ୍ଷେତ୍ରରେ ପରିବର୍ତ୍ତନ ଓ ଲୋକଙ୍କ ପାଇଁ ପ୍ରେରଣାଦାୟକ ଏହା ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି l
ରିପୋର୍ଟ ଗଞ୍ଜାମ କବିସୂର୍ଯ୍ୟନଗରରୁ କୃପାସିନ୍ଧୁ ସ୍ବାଇଁ

author

Related Articles

Leave a Reply

Your email address will not be published. Required fields are marked *