ବିଧାନସଭାର ନୂଆ ବାଚସ୍ପତି ଶ୍ରୀମତି ପ୍ରମିଳା ମଲ୍ଲିକ

ବିଧାନସଭାର ନୂଆ ବାଚସ୍ପତି ଶ୍ରୀମତି ପ୍ରମିଳା ମଲ୍ଲିକ

ବିଜେଡି ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ବିଧାନସଭାର ନୂଆ ବାଚସ୍ପତି । ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବେ ପ୍ରମିଳା ମଲ୍ଲିକ । ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ ଶ୍ରୀମତୀ ମଲ୍ଲିକ । ୨୨ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନରେ ଅଧ୍ୟକ୍ଷତା କରିବେ । ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଦାୟିତ୍ୱ ଗ୍ରହଣ କରିବେ ।୨୦୧୪ରେ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିଲା । ୨୦୨୨ ଜୁନ ମାସରେ ଇସ୍ତଫା ଦେବା ପରେ ବିକ୍ରମ କିଶୋରୀ ଆରୁଖ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଗତ ମେ’ ମାସରେ ଶ୍ରୀ ଆରୁଖ ଇସ୍ତଫା ଦେଇ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ସେବେ ଠାରୁ ବାଚସ୍ପତି ପଦବି ଖାଲି ପଡିଥିଲା । ବିଂଝାରପୁର ବିଧାୟକା ଫ୍ରମିଳା ମଲ୍ଲିକ ୬ଥର ବିଧାନସଭାକୁ ନିର୍ବାଚିତ ହେଲେଣି । ୧୯୯୦ ମସିହାରେ ପ୬ଥମ ଥର ପାଇଁ ଜନତା ଦଳରୁ ଓ ପୁଣି ୨୦୦୦ ମସିହାରୁ ଲଗାତାର ୫ଥର ବିଂଝାରପୁରରୁ ନିର୍ବାଚିତ ହୋଇ ଆସୁଛନ୍ତି । ୨୦୧୯ରୁ ୨୨ ଯାଏ ସରକାରୀ ଦଳର ମୁଖ୍ୟ ସଚେତକ ଥିଲେ । ୨୦୨୨ ଜୁନ ମାସରେ ନବୀନଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇ ରାଜସ୍ୱ ବିଭାଗ ପରି ଗୁରୁତ୍ୱ ବିଭାଗର ଦାତିତ୍ୱ ନିର୍ବାହ କରୁଥିଲେ ।

author

Related Articles

Leave a Reply

Your email address will not be published. Required fields are marked *