ବହିଷ୍କାର ହେଲେ ସୌମ୍ୟବାବୁ, ପଦରୁ ବିଦା ହୋଇଥିଲେ ଏବେ ଦଳରୁ ବିଦା ହେଲେ

ବହିଷ୍କାର ହେଲେ ସୌମ୍ୟବାବୁ, ପଦରୁ ବିଦା ହୋଇଥିଲେ ଏବେ ଦଳରୁ ବିଦା ହେଲେ

ବିଜେଡିରୁ ବହିଷ୍କାର ହେଲେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ନିଜ ଖବରକାଗଜରେ ସଚିବଙ୍କ ବିରୋଧରେ ଦେଇଥିବା ବୟାନବାଜି ଏବେ ସୌମ୍ୟଙ୍କ ଉପରେ ଭାରିପଡିଲା । ବିଜେଡି ମରକ୍ଷକ୍ଷକ୍ଟଆ ନବୀନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ସୌମ୍ୟ ଙ୍କ ବିରୁଦ୍ଧରେ ସମ୍ବାଦର ୩୦୦ରୁ ଊର୍ଦ୍ଧ୍ୱ ପୂର୍ବତନ କର୍ମଚାରୀମାନେ ସଂଗଠିତ ବ୍ୟାଙ୍କ ଋଣ ସ୍କାମର ଅଭିଯୋଗ ଆଣିଛନ୍ତି ଓ ତାଙ୍କ ବିରୁଦ୍ଧରେ ଅର୍ଥନୀତିକ ଅପରାଧ ଶାଖାରେ ମାମଲା ରୁଜୁ କରାଯାଇଛି । ସମ୍ବାଦ ଖବରକାଗଜର ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଅର୍ଥନୀତିକ ଅପରାଧ ଶାଖାରେ ସୌମ୍ୟଙ୍କ ବିରୁଦ୍ଧରେ ଆଇପିସିର ଧାରା ୫୦୬,୪୬୭,୪୬୮,୪୭୧,୪୨୦ ଓ ୧୨୦-ଖରେ ମାମଲା ରୁଜୁ ହୋଇଛି । ପରେ ସମ୍ବାଦର ବହୁ ପୁରୁଣା କର୍ମଚାରୀମାନେ ମଧ୍ୟ ସମାନ ଅଭିଯୋଗ ଅର୍ଥନୀତିକ ଅପରାଧ ଶାଖାରେ କରିଛନ୍ତି । ୩୦୦ରୁ ଅଧିକ ପୂର୍ବତନ କର୍ମଚାରୀଙ୍କ ନାଁରେ ଜାଲ ଦସ୍ତାବିଜ ମାଧ୍ୟମରେ କୋଟି କୋଟି ଟଙ୍କା ଋଣ ଆଣିବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ ଜାଲିଆତିର ଗୁରୁତର ମାମଲା ।

author

Related Articles

Leave a Reply

Your email address will not be published. Required fields are marked *