ଆସିଲା ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସିର ଖବର

ଆସିଲା ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସିର ଖବର

ଆଜିକାଲିର ଲୋକମାନଙ୍କପାଇଁ ଖାଦ୍ୟ,ପାନୀୟ ଓ ବାସଗୃହ ପରି ବିଦ୍ୟୁତ ମଧ୍ୟ ଏକ ଅତ୍ୟାବଶ୍ୟକ ଜିନିଷ ପାଲଟିଯାଇଛି । ଶୀତ ହେଉ ଅବା ଗ୍ରୀଷ୍ମ ବିଦ୍ୟୁତର ଆବଶ୍ୟକତା ସମସ୍ତଙ୍କୁ ରହିଛି । ଘରର ପ୍ରାୟ ସବୁ ଜିନିଷ ବିଦ୍ୟୁତ ଦ୍ୱାରା ଚାଳିତ ହୋଇଥାଏ । ଖରାଦିନ ଆସିଲେ ତ ଲୋକମାନଙ୍କର ବିଶେଷକରି ଫ୍ୟାନ,ଏସି,କୁଲର ସବୁ ପ୍ରଚୁର ମାତ୍ରାରେ ବ୍ୟବହାର ହୋଇଥାଏ,ତେଣୁ ଅତ୍ୟଧିକ କରେଣ୍ଟର ମଧ୍ୟ ଆବଶ୍ୟକତା ରହିଛି । ଅଧିକ କରେଣ୍ଟ ବ୍ୟବହାର ହେବା ମାତ୍ରେ ବିଲ ମଧ୍ୟ ଅଧିକ ଆସିଥାଏ । କିନ୍ତୁ ଏବେ ମାର୍କେଟକୁ ଆସିଯାଇଛି ବିଦ୍ୟୁତ ବିଲ କମ୍ କରିବାର ଏକ ଡିଭାଇସ ।ବଜାରରେ ମିଳୁଥିବା ସ୍ମାର୍ଟ ଉପକରଣ ବ୍ୟବହାର କରି ବିଦ୍ୟୁତ ବିଲ୍ କମ୍ କରାଯିବ । ହଁ ଆଜ୍ଞା ଆପଣ ଠିକ୍ ଶୁଣିଛନ୍ତି ଏମିତି ଏକ ଡିଭାଇସ ଯାହା ବିଜୁଳି ବିଲ୍ କୁ କମ୍ କରିବା ସଙ୍ଗେ ସଙ୍ଗେ ଅନେକ ଫାଇଦା ମିଳିବ । ଯାହା ହେଉଛି ସର୍ଭର ପୋର୍ଟାବୁଲ ସୋଲାର ପାୱାର ଜେନେରେଟର ଏସ୍ 150,ଏହା ଏକ ଛୋଟ ଉପକରଣ ଯାହା ସହଜରେ ଯେ କୌଣସି ସ୍ଥାନରେ ରହିପାରିବ ଏବଂ ଏହା ସୂଯ୍ୟାଲୋକ ଦ୍ୱାରା ଚାର୍ଜ ହୋଇଥାଏ । ଏହି ଡିଭାଇସ କୁ ବ୍ୟବହାର କରିବା ଦ୍ୱାରା ବିଜୁଳି ବିଲ୍ କମ୍ ଆସିବ । ଏହା ଏକ ଶକ୍ତିଶାଳୀ ଜେନେରେଟର ଯାହା ବିଦ୍ୟୁତ କାଟ୍ ଠୁ ଆରମ୍ଭ କରି ଅତ୍ୟଧିକ ବିଦ୍ୟୁତ ଆବଶ୍ୟକ ହେଲେ ବି କାମରେ ଆସିବ । ଆହୁରି ମଧ୍ୟ ଛୋଟ ଛୋଟ ବିଦ୍ୟୁତ ଉପକରଣ ଯେମିତିକି ଫୋନ,ଟର୍ଚ୍ଚକୁ ଆପଣମାନେ ଏହା ସାହାଯ୍ୟରେ ଚାର୍ଜ କରିପାରିବେ ଯାହା ଦ୍ୱାରା ଆପଣଙ୍କର କୌଣସି ବିଦ୍ୟୁତ ଖର୍ଚ୍ଚ ହେବ ନାହିଁ କି ଅଧିକ ବିଲ ଆସିବ ନାହିଁ । ଏହି ଡିଭାଇସ ଉଭୟ ଅନଲାଇଲ ଓ ଅଫଲାଇନ ମାଧ୍ୟମରେ କିଣିପାରିବେ । ଏହାର ମୂଲ୍ୟ 19 ହଜାର ଟଙ୍କା ଅଟେ ।

author

Related Articles

Leave a Reply

Your email address will not be published. Required fields are marked *