ମହିଳାଙ୍କ ସଂରକ୍ଷଣ ବିଲ୍ ‘ନାରୀଶକ୍ତି ବନ୍ଦନ ଅଧିନିୟମ’

ମହିଳାଙ୍କ ସଂରକ୍ଷଣ ବିଲ୍ ‘ନାରୀଶକ୍ତି ବନ୍ଦନ ଅଧିନିୟମ’

ସଂସଦର ସ୍ୱତନ୍ତ୍ର ଅଧିବେଶନରେ ମହିଳାଙ୍କ ପାଇଁ ସଂରକ୍ଷଣ ବିଲ୍ ଆଗତ ହୋଇଛି । ଯାହାର ନାମ ରଖାଯାଇଛି ‘ନାରୀଶକ୍ତି ବନ୍ଦନ ଅଧିନିୟମ’ । ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ଆସନ ଦେଇଛନ୍ତି କେନ୍ଦ୍ରସରକାର । ଅନୂସୁଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ମହିଳାଙ୍କ ପାଇଁ ଏହି ବିଲ ପାସ୍ ହୋଇଛି । କିନ୍ତୁ ଓବିସିଙ୍କୁ ଏହି ବିଲରେ ସ୍ଥାନ ଦିଆଯାଇନାହିଁ । ଏହି ବିଲ ସପକ୍ଷରେ ଅଛି ୪୫୪ଟି ଭୋଟ । ଏହି ବିଲ୍ କୁ ସମର୍ଥନ କରିଛନ୍ତି ସଂସଦ ସୋନିଆ ଗାନ୍ଧି । ଦୀର୍ଘ ୧୩ ବର୍ଷ ହେଲା ଭାରତର ମହିଳାମାନେ ନିଜର ରାଜନୈତିକ କ୍ଷମତା ପାଇବାକୁ ଅପେକ୍ଷା କରିଛନ୍ତି ତେଣୁ ଏହି ବିଲକୁ ତୁରନ୍ତ ଲାଗୁ କରାଯାଉ କିନ୍ତୁ ଓବିସିଙ୍କୁ ଏହି ବିଲରେ ସ୍ଥାନ ଦିଆଯାଇନାହିଁ । ଦୀର୍ଘ ୨୭ ବର୍ଷ ହେଲା ଏହି ବିଲ୍ ଆଇନରେ ପରିଣତ ହେବା ପାଇଁ ଉଦ୍ୟମ ହୋଇ ଆସିଛି । ତେବେ ଏହି ବିଲକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା । ମହିଳା ସଂରକ୍ଷଣ ବିଲ ପାଇଁ କଂଗ୍ରେସ ପ୍ରଥମେ ୧୯୮୯ରେ ତତକାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଦାୟିତ୍ୱ ନିର୍ବାହ କରିଥିଲେ । ଯାହା ୭ଖଣ୍ଡ ଭୋଟ ରେ ରାଜ୍ୟସଭାରୁ ପାରିତ ହୋଇପାରିନଥିଲା । ତେବେ ବର୍ତମାନ ଏହି ବିଲ୍ ଆଇନରେ ପରିଣତ ହେଲେ ୨୦୨୬ ପରେ ଜନଗଣନା ଆଧାରରେ ଏବଂ ପରବର୍ତୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପରେ ହିଁ କାର‌୍ୟ୍ୟକାରୀ ହେବ ।

ମହିଳା ସଂରକ୍ଷଣ ବିଲ୍ କାହିଁକି ଗୁରୁତ୍ୱପୂର୍ଣ୍ଣ?
ମହିଳା ସଂରକ୍ଷଣ ବିଲ୍ ପାରିତ ହେଲେ ଉଭୟ ଲୋକସଭା ଏବଂ ସମସ୍ତ ରାଜ୍ୟର ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ । ଏହି
ବିଲ୍ ପାସ୍ କରିବାରେ ଦୀର୍ଘ ୨୭ବର୍ଷରେ ୪ଟି ସରକାର ଫେଲ୍ ମାରିଛନ୍ତି । ଏଚ.ଡି ଦେବଗୌଡାଙ୍କ ସରକାରରେ ୧୯୯୬ରେ ୮୧ତମ ଆମେଡମେଂଟ ବିଲ୍ ଭାବେ ଲୋକସଭାରେ ୍ରଥମେ ଉପସ୍ଥାିତ ହୋଇଥିଲା । ପରବର୍ତୀ ସମୟରେ ୧୯୯୮ରେ ଲୋକସଭାରେ ୁଣିଥରେ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାନ କରିଥିଲା ତତକାଳୀନ ଏନଡିଏ ସରକାର । ହେଲେ ବହୁମତ ଅଭାବରୁ ପୁଣିଥରେ ଖାରଚ ହୋଇଥିଲା । ପରବର୍ତୀ ସମୟରେ ୧୯୯୯, ୨୦୦୨ ଏବଂ ୨୦୦୩ରେ ବହୁମତ ସାବ୍ୟସ୍ତ କରିନପାରି ଏହା ଫେଲ୍ ହୋଇଥିଲା । ୨୦୦୮ରେ ୟୁପିଏ ସରକାରରେ ରାଜ୍ୟସଭାରେ ୧୮୬ ଭୋଟ୍ ପାଇ ପାରିତ ହୋଇଥିଲା ଏହି ବିଲ୍ । ହେଲେ ଲୋକସଭାରେ ସଂଖ୍ୟା ଅଭାବରୁ ପୁଣିଥରେ ନାକଚ ହୋଇଥିଲା । ବର୍ତମାନ ଭାରତର ସଂସଦରେ ୧୪ ପ୍ରତିଶତ ମହିଳା ସାଂସଦ ଅଛନ୍ତି । ଲୋକସଭାରେ ୮୨ଜଣ ଥିବା ବେଳେ ଆଗକୁ ୧୮୧କୁ ବୃଦ୍ଧି ପାଇବ । ବିଜେଡି ଏକମାତ୍ର ଆଂଚଳିକ ଦଳ ଯିଏ ୨୦୧୯ରେ ୩୩ ପ୍ରତିଶତ ମହିଳାଙ୍କୁ ସଂସଦକୁ ପଠାଇଛି ।

author

Related Articles

Leave a Reply

Your email address will not be published. Required fields are marked *