ପ୍ରମିଳା ମଲ୍ଲିକ ହେଲେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି

ପ୍ରମିଳା ମଲ୍ଲିକ ହେଲେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି

ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା ମଲ୍ଲିକ । ବାଚସ୍ପତି ଭାବେ ଦାୟିତ୍ୱ ନେବାପରେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ନବୀନ କହିଛନ୍ତି ଓଡିଶା ପ୍ରଥମ ମହିଳା ବାଚସ୍ପତି ପାଇଛି । ଏହା ଏକ ଐତିହାସିକ ମୁହୁର୍ତ୍ତ ଅଟେ । ଏହା ସହିତ ବିରୋଧି ଦଳର ନେତାମାନେ ମଧ୍ୟ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗତକାଲି ବିଜେଡିର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ ନ କରିବାରୁ ନିଦ୍ୱନ୍ଦରେ ର୍ନିବାଚିତ ହୋଇଥିଲେ ପ୍ରମିଳା । ବାଚସ୍ପତି ଭାବେ ଶପଥ ନେବା ପରେ ପ୍ରମିଳା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଗୃହର ପଦମର୍ଯ୍ୟାଦା ରକ୍ଷା କରିବା,ଗୃହର ସୁପରିଚାଳନାରେ ସହଯୋଗ କରିବାକୁ ସମସ୍ତଙ୍କୁ କହିଛନ୍ତି ବାଚସ୍ପତି ।

author

Related Articles

Leave a Reply

Your email address will not be published. Required fields are marked *